ବାଙ୍ଗିରିପୋଷି: ବୁଢ଼ାମାରା ଗ୍ରାମର ରେଲୱେ ପୋଲ ନିକଟସ୍ଥ ସୁବର୍ଣ୍ଣରେଖା ନଦୀ କେନାଲରୁ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର। ଆଜି ଭୋର ସକାଳୁ ସ୍ଥାନୀୟ ଗ୍ରାମବାସୀ ମାନେ କେନାଲକୁ ଶୌଚ ହେବାକୁ ଯାଇଥିବା ବେଳେ ପାଣି ଭିତରେ ମୃତ ଦେହ ପଡିଥିବାର ଦେଖି ପୁଲିସକୁ ସୂଚନା ଦେଇଥିଲା। ଖବର ପାଇ ବାଙ୍ଗିରିପୋଷି ଥାନା ଓ ଅଗ୍ନିଶମ ବାହିନୀର ମିଳିତ ସହାୟତାର ଶବ ଉଦ୍ଧାର କରାଯିବା ପରେ ପୁଲିସ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି। ଵର୍ତମାନ ସୁଦ୍ଧା ମୃତ ବ୍ୟକ୍ତିର ପରିଚୟ ମିଳି ନଥିବା ବେଳେ ସେହି ବ୍ୟକ୍ତିଙ୍କ ବୟସ ଆନୁମାନିକ ୬୦ରୁ ଉର୍ଦ୍ଧ୍ବ ହେବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
Popular Categories



