www.samajalive.in
Monday, December 8, 2025
20.1 C
Bhubaneswar

ସୂଚନା ଅଧିକାର, ତଥ୍ୟ ଦେବାକୁ ଅଧିକାରୀ ଅମଙ୍ଗ

ହରଭଙ୍ଗା: ହରଭଙ୍ଗା ବ୍ଲକରେ ସୂଚନା ଅଧିକାର ନିୟମ ପ୍ରହସନ ପାଲଟିଛି। ସୂଚନା ଅଧିକାର ଜରୀଆରେ ସାମାଜିକ କର୍ମୀ ତଥ୍ୟ ମାଗିଥିଲେ ସୁଦ୍ଧା ଅଧିକାରୀ ତଥ୍ୟ ଦେବାକୁ କୁନ୍ଥୁ କୁନ୍ଥୁ ହେଉଥିବା ଜଣାପଡ଼ିଛି। ଅଧିକାରୀଙ୍କ ତଥ୍ୟ ଦେବାରେ ପଛଘୁଂଚା ପରୋକ୍ଷରେ ୟା ପଛରେ ରହିଥିବା ଦୁର୍ନୀତିର ବାସ୍ନା ବାରିହୋଇପଡୁଛି। ପ୍ରକାଶ ଯେ କୁଶଙ୍ଗ ଗ୍ରାମର ଭୀକାରୀ ଚରଣ ବାଈ ଗତ ୦୩ ଜାନୁୟାରୀ ୨୦୨୩ରେ ପଂଚାୟତ ସମିତି କାର୍ୟ୍ୟାଳୟରେ ସ୍ୱଛଭାରତ ମିଶନରେ ନିର୍ମାଣ ଚାଲିଥିବା ପାଈଖାନା ନିର୍ମାଣ ଏବଂ ନଳକୂପଗୁଡିକରେ ନିର୍ମାଣ ହୋଇଥିବା ଭୂତଳ ଶୋଷକ ଗର୍ତ୍ତ ବାବଦରେ କିଛି ତଥ୍ୟ ସୂଚନା ଅଧିକାର ନିୟମ ପ୍ରକାରେ ମାଗିଥିଲେ। ବ୍ଲକ ସୂଚନା ଅଧିକାରୀ ଏବିଡିଓ ତାଙ୍କର ଆବେଦନପତ୍ର ଗ୍ରହଣ କରିବା ସହିତ ଏହି ବିଭାଗ ଦାୟିତ୍ୱରେ ଥିବା ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଜେନାଙ୍କୁ ତଥ୍ୟ ପାଇଁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ। ମାତ୍ର ଆବେଦନର ଦୁଇମାସରୁ ଊର୍ଦ୍ଧ୍ବ ସମୟ ପରେ ବି ମାଗିଥିବା ତଥ୍ୟ ସାମାଜିକ କର୍ମୀଙ୍କୁ ଦିଆନଯିବା ଏବଂ ଏହାର ସ୍ପଷ୍ଟୀକରଣ ରଖାନଯିବା ପଛରେ କିଛି ମନ୍ଦ ଉଦେଶ୍ୟ ଏବଂ ଦୁର୍ନୀତିର ବାସ୍ନା ବାରି ହୋଇପଡୁଛି। ଶେଷରେ ସାମାଜିକ କର୍ମୀ ଜଣଙ୍କ ଏ ସର୍ମ୍ପକରେ ହରଭଙ୍ଗା ବି.ଡି.ଓଙ୍କ ପାଖରେ ପ୍ରଥମ ଅପିଲ କରିବା ପାଇଁ କହିଛନ୍ତି। ଅପିଲ ପରେ ସନ୍ତୋଷଜନକ ଉତର ନମିଳିଲେ ସେ ସୂଚନା ଅଧିକାରୀ କମିଶନର ଭୂବନେଶ୍ୱରଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories