ଆଠଗଡ଼: ପର୍ବତାରୋହୀ ତଥା ଆଠଗଡ଼ ମାଟିର ଝିଅ ରୂପଶ୍ରୀ ଶ୍ୱେତପଦ୍ମା ମହାନ୍ତିଙ୍କୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରରେ ଦିଲ୍ଲୀର ଅନୁରାଗ୍ୟମ୍ ଇଣ୍ଟିଚ୍ୟୁଟ୍ ପକ୍ଷରୁ ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ସୁଶ୍ରୀ ମହାନ୍ତି ହିମାଳୟ ପର୍ବତ ଆରୋହଣ ଲାଗି ଉଦ୍ୟମ କରି କେତୋକାଂଶରେ ସଫଳ ହୋଇଥିଲେ। ଏଥିସହିତ ବିଭିନ୍ନ ଦୁଃସାହସିକ କ୍ରୀଡା, ସାଇକେଲ ଯାତ୍ରା, ମାରାଥନ୍ ଓ ଚିତ୍ରକଳା ଆଦି କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶିତ କରି ରୂପଶ୍ରୀ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ଦିଲ୍ଲୀର ବିଜ୍ଞାନ ଓ ବୈଷୟିକ ପ୍ରତିଷ୍ଠାନ ଅନୁରାଗ୍ୟମ୍ ପକ୍ଷରୁୁ ତାଙ୍କୁ ପ୍ରଭାବଶାଳୀ ମହିଳା ଭାବେ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡ଼ିବା ପରେ ଆଠଗଡ଼ ତଥା ରାଜ୍ୟର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Popular Categories



