www.samajalive.in
Tuesday, December 9, 2025
15.1 C
Bhubaneswar

ଢେଙ୍କିକୋଟ ମଣ୍ଡଳରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ସମାରୋହ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଖଣ୍ଡ ପକ୍ଷରୁ ଢେଙ୍କିକୋଟ ମଣ୍ଡଳରେ ବୁଧବାର ରାଷ୍ଟ୍ରୀୟ ସୟଂ ସେବକ ସଂଘର ଶତାବ୍ଦୀ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବ୍ୟାଙ୍କ ପ୍ରବନ୍ଧକ କୁଳମଣି ମଣ୍ଡଳ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତୀୟ ସାମାଜିକ ସଦଭାବ ପ୍ରମୁଖ ଗୋପାଳ ପ୍ରସାଦ ମହାପାତ୍ର ଯୋଗ ଦେଇ ସଂଘର ଶହେ ବର୍ଷ ଯାତ୍ରାରେ ବ୍ୟକ୍ତି ନିର୍ମାଣରୁ ରାଷ୍ଟ୍ର ନିର୍ମାଣ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ପଞ୍ଚ ପରିବର୍ତନକୁ ନେଇ ଜନଜାଗରଣ ସମ୍ପର୍କରେ ଉପସ୍ଥିତ ସ୍ବୟଂସେବକ ମାନଙ୍କୁ ଉଦବୋଧନ ଦେଇଥିଲେ। ଜିଲ୍ଲା ସଂଘ ଚାଳକ ଭାଗିରଥି ପୃଷ୍ଟି, ଖଣ୍ଡ ସଂଘ ଚାଳକ ଦୁର୍ଯ୍ୟୋଧନ ମହାନ୍ତ ପ୍ରମୁଖ ବୌଦ୍ଧିକ ମଣ୍ଡପରେ ଯୋଗ ଦେଇଥିଲେ। ଘଟଗାଁ ଖଣ୍ଡ କାର୍ଯ୍ୟବାହ ଖୁର୍ଦ୍ଧାନନ୍ଦ ମହାନ୍ତ ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଶିକ୍ଷକ ଭାବେ କେତାଙ୍ଗ ସିଦ୍ଧ ବିନାୟକ ଶିଶୁ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ଶୁକଦେବ ମହାନ୍ତ ଓ ଶାରିରୀକ ଏବଂ ସଞ୍ଚାଳନ ଦାୟିତ୍ଵ ରେ ଘଟଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆଚାର୍ଯ୍ୟ କାଳିଚରଣ ମହାନ୍ତଙ୍କ ଦ୍ଵାରା ପରିଚାଳିତ ହୋଇଥିଲା। ପ୍ରମୁଖ ସ୍ବୟଂ ସେବକ ଙ୍କ ମଧ୍ୟରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଙ୍କ ସହ ସାଂସଦ ପ୍ରତିନିଧି ଅଖିଳ କୁମାର ପାତ୍ର, ତୃପ୍ତି ରଞ୍ଜନ ସାହୁ, ରମେଶ ଚନ୍ଦ୍ର ମହାନ୍ତ, ଦିନବନ୍ଧୁ ମହାନ୍ତ ପ୍ରମୁଖ ସହ ୩ ଶହରୁ ଉର୍ଦ୍ଧ୍ବ ସ୍ବୟଂ ସେବକ ସାମିଲ ହୋଇଥିଲେ। ଏହି ସଞ୍ଚାଳନ ଢେଙ୍କିକୋଟ ସତ୍ୟନାରାୟଣ ବିଦ୍ୟାପୀଠ ଖେଳ ପଡିଆରୁ ବାହାରି ନାୟକ ସାହି ଦେଇ ବଜାର ପରିକ୍ରମା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories