www.samajalive.in
Thursday, December 11, 2025
23.1 C
Bhubaneswar

ଡ୍ରାଇଭର ମହାସଂଘ ତରଫରୁ ଷ୍ଟିଅରିଙ୍ଗ ଛାଡ ଆନ୍ଦାଳନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡ ବେଦାନ୍ତ କାରଖାନା ସମ୍ମୁଖରେ ଲାଞ୍ଜିଗଡ ବ୍ଲକ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ୭ ଦଫା ଦାବି ନେଇ ଷ୍ଟିଅରିଙ୍ଗ ଛାଡ ଆନ୍ଦାଳନ ମଙ୍ଗଳବାର ସକାଳ ୬ ଘଣ୍ଟା ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆରମ୍ଭ ହୋଇଥିବା ବେଳେ ଡ୍ରାଇଭର ମହାସଂଘ ତରଫରୁ ଶାନ୍ତି ପୂର୍ଣ୍ଣ ଭାବେ ଧର୍ମଘଟ ଜାରି ରଖିଛନ୍ତି। ସୂଚନା ଅନୁସାରେ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ବାରମ୍ବାର ସରକାରଙ୍କୁ ଜଣାଇଲେ ମଧ୍ୟ ସରକାର ଆଳ ଦେଖାଇ ଦାବି ପୂରଣ ପରିବର୍ତ୍ତେ ଦିନ ଗଡ଼ାଇ ଚାଲି ଥିବାରୁ ଆଜି ଏହି ଆନ୍ଦୋଳନ ଚାଲିଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନ ଚାଲିଥିବା ବେଳେ ଲାଞ୍ଜିଗଡ ବ୍ଲକରେ ମଧ୍ୟ ବିଭିନ୍ନ ଜାଗାରେ ଏହି ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି। ବସ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନଙ୍କୁ ହଇରାଣ ହରକତ ହେବାକୁ ପଡୁଛି। ଲାଞ୍ଜିଗଡ ବ୍ଲକ ଡ୍ରାଇଭର ମହାସଂଘ ତରଫରୁ ସଭାପତି ଟଙ୍କଧର ଗୌଡ଼ଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଥିବା ବେଳେ ଏଥିରେ ଉପ ସଭାପତି ହର ପ୍ରସାଦ ଗୌଡ଼, ସମ୍ପାଦକ ଅକ୍ଷୟ ଦୋରା, ଉପ ସମ୍ପାଦକ, କୋଷାଧ୍ୟକ୍ଷ ଅଶ୍ୱିନୀ ଗୌଡ଼ ସମେତ ଲାଞ୍ଜିଗଡ ବ୍ଲକର ଶହ ଶହ ଡ୍ରାଇଭର ଯୋଗଦେଇ ଧର୍ମଘଟ କରୁଥିବା ଦେଖିବାକୁ ମିଳିଛି।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories