www.samajalive.in
Saturday, December 6, 2025
26.1 C
Bhubaneswar

ଫୁଫଗାଁ ଠାରେ ସଦରଗୁଡି ପୀଠ ରତ୍ନମୁଦ ଉତ୍ସଵ ଅନୁଷ୍ଠିତ

ଲଡୁଗାଁ: କୋକସରା ବ୍ଲକ ଫୁଫଗାଁ ଅଧିଷ୍ଠାତ୍ରୀ ସଦର ଗୁଡ଼ି ଦେବୀ ପୀଠ ରତ୍ନମୁଦ ଓ ପ୍ରତିଷ୍ଠା ଉତ୍ସଵ ପାଳିତ ହୋଇଯାଇଛି। ବିଭିନ୍ନ ପ୍ରାନ୍ତରୁ ନିମନ୍ତ୍ରିତ ଦେବାଦେବୀଙ୍କ ଲାଠି କୁର୍ଚ୍ଚି ବିରାଟ ପଟୁଆରରେ ନଗର ପରିକ୍ରମା କରିଥିଲେ। ପୂର୍ବ ନିର୍ଦ୍ଧାରିତ ସମୟାନୁଯାୟୀ ଗାଁ ପୁଝାରି ଖଗେଶ୍ବର ପୁଝାରି ଓ ଶରତ ପୁଝାରିଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଶୁଭଲଗ୍ନରେ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିର ଚୁଲରେ ପୂଜାକର୍ତ୍ତା ସମେତ ଆଖପାଖ ଅଞ୍ଚଳରୁ ଆସିଥିବା ଶତାଧିକ ଶ୍ରଦ୍ଧାଳୁ ମାନେ ରତ୍ନମୁଦ ଅବସରରେ ବିଭିନ୍ନ ପ୍ରକାର ଶସ୍ୟ, ମୁଦ୍ରା ଭଳି ରତ୍ନ ରତ୍ନମୁଦ ଗର୍ଭରେ ଅର୍ପଣ କରିଥିଲେ।

ଏହି ଉତ୍ସଵରେ କାଦୋପଦର, ବାଟିଗୁଡା, ଡ଼ଙ୍ଗରିଗୁଡା, ଜଳତାମୁଣ୍ଡା, ଖୁଟୁଲୁଗୁଡା, ଗତାବନ୍ଧ, ମଜୁର ସାହି, ଚିଲ ଡ଼ଙ୍ଗରି, ସିର୍ଲିଗୁଡା, ମଧୁପୁର, କରା ଡ଼ଙ୍ଗରିପଡ ବାରପାଳି ଗାଁର ଗୌନ୍ତିଆ ପୁଝାରି ମାନେ ସାମିଲ ହୋଇଥିଲେ। ଫୁଫଗାଁ ମନ୍ଦିର ଗ୍ରାମ୍ୟ କମିଟି ପକ୍ଷରୁ ସଭାପତି ପର୍ଶୁରାମ ସାହୁ, ଉପ ସଭାପତି ରାଧେଶ୍ୟାମ ପଟେଲ, ସମ୍ପାଦକ ହେମନ୍ତ ଜାଲ, ସହ ସମ୍ପାଦକ ଗୋବନ୍ଦ ଶବର, କାର୍ଯ୍ୟକ୍ରମର ଉଦଘୋଷକ ବୈକୁଣ୍ଠ ଜାଲ, ସାଧୁରାମ ପଟେଲ, ଭୁବନେଶ୍ୱର ପଟେଲ, ମୌସୁମୀ କାନ୍ତ ପଟେଲ ସହଯୋଗ କରିଥିବା ବେଳେ ମନ୍ଦିର ମହାରଣା ଶଙ୍କର ମାଝୀ  ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories