www.samajalive.in
Tuesday, December 9, 2025
15.1 C
Bhubaneswar

ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା – ପିପିଲି ବ୍ଲକରେ ଲାସ୍ୟା ସିୟୋନା ପ୍ରଥମ

ପିପିଲି: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ତରୁଣ ପିଢିର ଚିନ୍ତା ଓ ଚେତନାର ଅନନ୍ୟ ପରିପ୍ରକାଶ ପାଇଁ ‘ସମାଜ’ର ଅଭିନବ ପ୍ରୟାସ ‘ଓଜସ୍ୱିନୀ ଓଡ଼ିଶା’ ଅବସରରେ ପିପିଲି ବ୍ଲକସ୍ତରୀୟ ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତାରେ ଗୋବିନ୍ଦପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଲାସ୍ୟା ସିୟୋନା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ପିପିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦଶମଶ୍ରେଣୀ ଛାତ୍ରୀ ପି.କେ ଆଦ୍ୟାଶା ପଟ୍ଟାୟତ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଗୋବିନ୍ଦପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମଶ୍ରେଣୀ ଛାତ୍ରୀ ସ୍ୱୟଂସିଦ୍ଧା ବିଶ୍ୱାଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ପିପିଲି ନୋଡାଲ ହାଇସ୍କୁଲ ପରିସରରେ ‘ସମାଜ’ ପକ୍ଷରୁ ରବିବାର ଅନୁଷ୍ଠିତ ‘ଗୋପବନ୍ଧୁଙ୍କ ସ୍ୱପ୍ନର ଓଡ଼ିଶା’ ଶୀର୍ଷକ ପିପିଲି ବ୍ଲକସ୍ତରୀୟ ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତାରେ ୧୭ଟି ବିଦ୍ୟାଳୟର ୨୫ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବିଚାରକ ଭାବେ ସାକ୍ଷୀଗୋପାଳ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ କର, ଡେଲାଙ୍ଗ ଖଣ୍ଡିମଙ୍ଗଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ମିଶ୍ର, ନହଳାପଡ଼ା ହାଇସ୍କୁଲର ଜାତୀୟ ପୁରସ୍କାରପ୍ରାପ୍ତ ବିଜ୍ଞାନଶିକ୍ଷକ ହେମନ୍ତ କୁମାର ପ୍ରଧାନ, ଯୁବ ସମାଜସେବୀ ତଥା ପିପିଲି ବ୍ଲକ ସହକାରୀ କମ୍ପୁଟର ପ୍ରୋଗ୍ରାମର ସାରଦାନନ୍ଦ ପ୍ରଧାନ ଯୋଗଦେଇଥିଲେ।

- Advertisement -

ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ପିପିଲି ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ପିପିଲି ବ୍ଲକ ଶିକ୍ଷାଧିକାରୀ ପୀତବାସ ସେଠୀ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ତଥା ପିପିଲି ସାଂସ୍କୃତିକ ପରିଷଦର ସାଧାରଣ ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର ଓ ଯୁବ ସମାଜସେବୀ ତଥା ଏସ୍‌‌ଓଏସ୍‌‌ ଇନ୍‌‌ଫୋଟେକ୍‌‌ ଆଣ୍ଡ ଟେଲିକମ୍‌‌ ପ୍ରା.ଲିଃର ନିର୍ଦ୍ଦେଶକ ଦୀନବନ୍ଧୁ ବେହୁରା ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଜଣେ ଭଲ ମଣିଷ ଓ ଦେଶସେବକ ଭାବେ ଗଢି ତୋଳିବା ଦିଗରେ ସମସ୍ତେ ଅଧିକ ଯତ୍ନବାନ ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଓଡିଆ ଖବରକାଗଜ ‘ସମାଜ’ ରାଜ୍ୟର ଦୁସ୍ଥ, ଗରିବ ଓ ଅସହାୟ ରୋଗୀର ଜୀବନ ରକ୍ଷା କରିବା, ରାଜ୍ୟର ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାରେ ଓ ଦୈବଦୁର୍ବିପାକରେ ପୀଡିତ ଜନତାଙ୍କ ପାଇଁ ସହାୟକ ହୋଇପାରିଥିବା ସଂପର୍କରେ ସେମାନେ ଆଲୋକପାତ କରିଥିଲେ। ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ମେମେଣ୍ଟୋ (ସ୍ମୃତିଚିହ୍ନ), ମାନପତ୍ର ଓ ଆର୍ଥିକ ପୁରସ୍କାର ସହ ‘ଇତିହାସ ପୃଷ୍ଠାରେ ପିପିଲି’ ପୁସ୍ତକ ପ୍ରଦାନ କରାଯାଇ ସଂବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ପିପିଲି ମହୋତ୍ସବ କମିଟିର ସାଂସ୍କୃତିକ ସଂପାଦକ ବ୍ରଜକିଶୋର ପ୍ରଧାନ, ସହସଂପାଦକ ନୃସିଂହ ଚରଣ ସାହୁ, କୋଷାଧ୍ୟକ୍ଷ ଶ୍ରୀଧର ନାୟକ, ଉତ୍କଳମଣି ସାମ୍ବାଦିକ ସଂଘର ସାଧାରଣ ସଂପାଦକ ବିଜୟ କୁମାର ମହାପାତ୍ର, ପିପିଲି ମିଡିଆ ୟୁନିୟନର ସଭାପତି ମନୋରଞ୍ଜନ ମହାପାତ୍ର, ପିପିଲି ନୋଡାଲ ହାଇସ୍କୁଲର ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ପ୍ରଧାନ, ଲିଖିତା ବିଶ୍ୱାଳ, ଗାୟତ୍ରୀ ଦାଶ, ଶିକ୍ଷକ ଏମ୍‌‌ଡି ଇଲିୟାସ ଖାଁ, ପ୍ରଭାତ ସାମନ୍ତରାୟ, ସହକାରୀ କର୍ମଚାରୀ ଛଇଳ ପ୍ରଧାନ, ଜମ୍ବେଶ୍ୱର ପ୍ରଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ପିପିଲିର ସମାଜ ପ୍ରତିନିଧି ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories