www.samajalive.in
Tuesday, December 9, 2025
17.1 C
Bhubaneswar

ଶ୍ରୀମନ୍ଦିରରେ ଶୃଙ୍ଖଳିତ ରଥଯାତ୍ରା ଓ ନୀତି ନିର୍ଘଣ୍ଟକୁ ପ୍ରଶାସନିକ ବୈଠକରେ ମିଳିଲା ଅନୁମୋଦନ

ଡେସ୍କ: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରଶାସନିକ ବୈଠକରେ ଛତିଶା ନିଯୋଗରେ ଅନୁମୋଦିତ ନୀତି ନିର୍ଘଣ୍ଟକୁ ମଞ୍ଜୁରୀ ମିଳିଛି। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ ସହ ଶୃଙ୍ଖଳିତ ରଥଯାତ୍ରା ଉପରେ ଆଲୋଚନା ହୋଇଛି।

ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକରେ ଦିଘାରେ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିର ଓ ଇସ୍କନ ଦ୍ୱାରା ଅଦିନିଆ ରଥଯାତ୍ରା ନେଇ ମଧ୍ୟ ଗଜପତି ମତ ରଖିଛନ୍ତି। ଗଜପତି କହିଛନ୍ତି, ଦିଘା ଜଗନ୍ନାଥ ମନ୍ଦିର ‘ଧାମ’ ତେଣୁ ପଶ୍ଚିମବଙ୍ଗ ସରକାର ଏ ଦିଗରେ ଧ୍ୟାନ ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଥିଲେ। ଗଜପତି କହିଛନ୍ତି, ଧାର୍ମିକ ଓ ଶାସ୍ତ୍ରୀୟ ମତ ଅନୁସାରେ ଶ୍ରୀକ୍ଷେତ୍ର କେବଳ ଧାମ ଭାବେ ପରିଚିତ।

- Advertisement -

ଗଜପତି ମଧ୍ୟ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଏ ନେଇ ଇସ୍କନ ଅଧିକାରୀ ମାନଙ୍କ ସହ କଥାବାର୍ତା ଜାରି ରହିଥିବା ବେଳେ ଆଗାମୀ ଦିନରେ ଆଲୋଚନା କରାଯାଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଗଜପତି ମତ ଦେଇଛନ୍ତି। କେବଳ ପୁରୀ ରଥଯାତ୍ରା ଦିନ ବିଶ୍ୱର ସମସ୍ତ ସ୍ଥାନରେ ରଥଯାତ୍ରା କରାଯିବା ଉଚିତ ବୋଲି ଗଜପତି କହିଛନ୍ତି।

ବୈଠକରେ ଶୃଙ୍ଖଳିତ ଭାବେ ପହଣ୍ଡି କରିବା ନେଇ ନିଷ୍ପତି ନିଆଯାଇଥିବା ବେଳେ ପହଣ୍ଡି ସମୟରେ ସ୍ୱତନ୍ତ୍ର ଅଧିକାରୀ ମାନଙ୍କ ବ୍ୟତୀତ ବରିଷ୍ଠ ଦଇତାପତି ମାନେ ମଧ୍ୟ ରହିବେ। ବୈଠକରେ ଶୃଙ୍ଖଳିତ ନୀତି ସହ ମୋବାଇଲ ବ୍ୟବହାର ନେଇ କଟକଣା ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଅନ୍ୟପକ୍ଷରେ ରଥଯାତ୍ରା ସମୟରେ ଗର୍ଭଗୃହ ଯାଞ୍ଚ ଓ ମରାମତି, ରତ୍ନଭଣ୍ଡାର ମରାମତି, ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories