www.samajalive.in
Tuesday, December 9, 2025
16.1 C
Bhubaneswar

ବାବା ବାଲିଲୋକନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ପ୍ରଥମ ମ୍ୟାଚରେ ପ୍ରୟାଗି ବିଜୟୀ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଗ୍ରାମ ନିକଟରେ ବାବା ବାଲି ଲୋକନାଥ କ୍ରିକେଟ କ୍ଲବ ପକ୍ଷରୁ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦଘାଟିତ ହୋଇଯାଇଛି। ଏଥିରେ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି। ୮ ଓଭର ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ପ୍ରୟାଗି ଦଳ ଓ ଗୁଡ଼ିଆଳି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରୟାଗି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୧୦୭ ରନ କରିଥିଲା। ଗୁଡ଼ିଆଳି ଦଳ ସମସ୍ତ ୱିକେଟ ହରାଇ ୫୦ ରନ କରି ପରାଜୟ ବରଣ କରିଛି।

ବିଜେଡି ଜିଲ୍ଲା ଛାତ୍ର ଉପସଭାପତି ଲିଙ୍ଗରାଜ ମହାପାତ୍ର ଏହାର ଶୁଭାରମ୍ଭ କରିଥିଲେ। ବାଲି ଲୋକନାଥ ମନ୍ଦିର ପରିଚାଳନା କମିଟି ସଭାପତି ବି. ବନମାଳୀ, ଭୋବିନି ରେଡ୍ଡୀ, ସମିତି ସଭ୍ୟ ଜୟ କୃଷ୍ଣ ରେଡ୍ଡୀ, ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ, ଓଡିଶା ସମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ଗଞ୍ଜାମ ପ୍ରେସ କ୍ଲବ ସମ୍ପାଦକ ବିଦ୍ୟାଧର ସାହୁ, ବ୍ଲକ ଛାତ୍ର ବିଜୁ ଜନତା ଦଳ ସଭାପତି ବାଦଲ ପ୍ରଧାନ, ଗ୍ରାମ୍ୟ କମିଟି ସଭାପତି କେ. ହରି ରେଡ୍ଡୀ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି ଟୁର୍ନାମେଣ୍ଟକୁ କେ. ଇଲେୟା ରେଡ୍ଡୀ, ଏନ. ଜୟକୃଷ୍ଣ ରେଡ୍ଡୀ, ଏସ. ନୀଳକଣ୍ଠ ରେଡ୍ଡୀ, ଏସ. ରାଜୁ ରେଡ୍ଡୀ ପ୍ରମୁଖ ପରିଚାଳନା କରୁଛନ୍ତି। ମଙ୍ଗଳବାର ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories