www.samajalive.in
Monday, December 8, 2025
27.1 C
Bhubaneswar

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

ଫୁଲବାଣୀ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ସର୍କଲର ରାଜସ୍ୱ ନିରୀକ୍ଷକ ଦେବାଶୀଷ ନାଏକ। ସୂଚନା ଅନୁସାରେ, ପାହିରାଜୁ ପଞ୍ଚାୟତ କୁସୁପାଜୁର ସୁଦର୍ଶନ କହଁର ନାମକ ଜଣେ ବ୍ୟକ୍ତି ଆବାସ ଯୋଜନାରେ ପାଇଥିବା ଗୃହ ନିର୍ମାଣ ପାଇଁ ଇଟା ଭାଟି କରିଥିଲେ। ସମ୍ପୃକ୍ତ ଆରଆଇ ଏହି ଇଟାଭାଟି ବେଆଇନ ଭାବରେ କରିଛ କହି ତାଙ୍କୁ ଧମକଚମକ ଦେଇଥିଲେ। ସାତ ହଜାର ଟଙ୍କା ଲାଞ୍ଚ ନ ଦେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ। ଫଳରେ ସୁଦର୍ଶନ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଆଜି ଦେବାଶୀଷ କ୍ରାଣ୍ଡିବାଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ନିଜ କାର୍ଯ୍ୟାଳୟରେ ସୁଦର୍ଶନଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରିବା ବେଳେ ପୂର୍ବ ପ୍ରସ୍ତୁତି ପ୍ରକାରେ ଫୁଲବାଣୀ ଭିଜିଲାନ୍ସ ଡ଼ିଏସପି ହେମନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ତାଙ୍କୁ ଧରିଥିଲେ। ତାଙ୍କ ଠାରୁ ସାତ ହଜାର ଟଙ୍କା ଜବତ କରାଯିବା ସହ ଆୟ ବହିର୍ଭୁତ ସମ୍ପତ୍ତି ନେଇ ଦୁଇଗୋଟି ସ୍ଥାନରେ ଚଢାଉ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏ ନେଇ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଭିଜିଲାନ୍ସ ଡିଏସପି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories