www.samajalive.in
Monday, December 8, 2025
27.1 C
Bhubaneswar

ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତରେ ଥିବା କଲ୍ୟାଣ ମଣ୍ଡପ ଠାରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି। କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅମ୍ରିତା କାଡ୍ରାକା ଉପସ୍ଥିତ ରହିଥିବା ବେଳେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ସୁଶୀଲ କୁମାର ସେଠି, ଉଦ୍ୟାନ କୃଷି ଅଧିଦର୍ଶକ ଯୁଧିଷ୍ଠିର ନାଏକ, ଭ୍ରାମ୍ୟମାଣ ଚିକିତ୍ସା ଅଧିକାରୀ ଡା.ବିଚିତ୍ରାନନ୍ଦ ସାହୁ, ମିଶନ ଶକ୍ତିର ବିପିସି ରାଜୀବ କୁମାର ପାଢୀ, ବିଟିଏମ ବିରେନ୍ଦ୍ର କୁମାର ପାଢୀ ସଂମ୍ମାନୀୟ ଅତିଥୀ ଭାବେ ଯୋଗ ଦେଇଥିଲେ। ସୁନୀଲ କୁମାର ସେଠି ସମସ୍ତ ବିଭାଗୀୟ ଯୋଜନା ଉପସ୍ଥାପନା କରିଥିଲେ। ଉଦ୍ୟାନ କୃଷି ଅଧିଦର୍ଶକ ଉଦ୍ୟାନ କୃଷି ବିଭାଗର ସମସ୍ତ ଜନ ମଙ୍ଗଳକାରୀ ଯୋଜନା ବିଷୟରେ ଉପସ୍ଥାପନା କରିବା ସହ ସରକାରଙ୍କ ସମସ୍ତ ଯୋଜନାରେ ଚାଷୀ ସାମିଲ ହୋଇ ଲାଭ ଉଠାଇବା ପାଇଁ ଶ୍ରୀ ନାଏକ ବୁଝାଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories