କେନ୍ଦୁଝରଗଡ଼଼: ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତ ନିବାସ ବରୁଡ଼ିପଶି ଗ୍ରାମରେ ଉପରସାହି ସଂକୀର୍ତ୍ତନ ମଣ୍ଡପଠାରେ ଅଖଣ୍ଡ ଚବିଶପ୍ରହର ନାମଯଜ୍ଞ ଉଦଯାପିତ ହୋଇଯାଇଛି। ନାମଯଜ୍ଞରେ କାଶିବେଡ଼ା, ବେଡାପାଳ, କମାରମରା, ଘୁଟୁର ସମେତ ବରୁଡ଼ିପଶି ସଂକୀର୍ତ୍ତନ ଦଳ ସାମିଲ ହୋଇ ନାମ ଯଜ୍ଞ ପରିବେଷଣ କରିଥିଲେ। ସୋମବାର ଅଧିବାସ ହୋଇ ମଙ୍ଗଳବାର ସକାଳୁ ନାମ ଯଜ୍ଞ ଆରମ୍ଭ ହୋଇ ଶୁକ୍ରବାର ନାମ ଯଜ୍ଞ ଶେଷ ହୋଇଥିଲା। ଏହି ଅବସରରେ ପ୍ରତ୍ୟେହ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା ସହ ଶେଷ ରାତ୍ରିରେ ଗୋପବନ୍ଧୁ ସାଂସ୍କୃତିକ କ୍ଲବ ପକ୍ଷରୁ ଦହିପାଣି ବଣ୍ଟନ କରାଯାଇଥିଲା।
Popular Categories



