ସମ୍ବଲପୁର: ସମ୍ବଲପୁର ଦେଇ ଦେଶର ବିଭିନ୍ନ ଅଞ୍ଚଳକୁ ଉଭୟ ସଡକ ଓ ରେଳ ମାର୍ଗ ଦେଇ ଗମନାଗମନର ସୁବିଧା ଥିବାରୁ ଅନେକ ସମୟରେ ଗଞ୍ଜେଇ ଚାଲାଣକାରୀ ମାନେ ରେଳଗାଡିକୁ ଚାଲାଣ ପାଇଁ ଉପଯୋଗୀ ମଣୁଛନ୍ତି। ସମ୍ବଲପୁର ଜିଆରପି ଦ୍ୱାରା ସମ୍ବଲପୁର ଷ୍ଟେସନରେ ପାଟ୍ରୋଲିଂ ସମୟରେ ସୋମବାର ରାତ୍ରିରେ ୨ ଜଣ ଚାଲାଣକାରୀଙ୍କୁ ଧରାଯାଇଛି। ଜିଆରପିର ସୂଚନାନୁଯାୟୀ, ଗତ କାଲି ରାତ୍ରିରେ ମୌର୍ଯ୍ୟ ଏକ୍ସପ୍ରେସ ଜରିଆରେ ୩ ଜଣ ଗଞ୍ଜେଇ ଚାଲାଣକାରୀ ଚାଲାଣ କରିବାକୁ ଉଦ୍ୟମ କରି ପ୍ଲାଟଫର୍ମ ସଂଖ୍ୟା ୩ ରେ ଅପେକ୍ଷା କରିଥିଲେ। ପେଟ୍ରୋଲିଂ କରୁଥିବା ଜିଆରପି ସନ୍ଦେହ ଆଧାରରେ ସେମାନଙ୍କୁ ଜେରା କରିବା ସମୟରେ ଜଣେ ଚାଲାଣକାରୀ ଫେରାର ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଚାଲାଣକାରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ପୁଲିସ ସେମାନଙ୍କ ନିକଟରୁ ୪୭ କିଗ୍ରା ୮ ଶହ ଗ୍ରାମ ଗଞ୍ଜେଇ ଜବତ କରିଥିଲା। ଏଣୁ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରିଛି ବୋଲି ସୂଚନା ଦେଇଛି।
Popular Categories



