ଗୁରୁଡ଼ିଝାଟିଆ: ୪ଦିନ ଧରି ଅନନ୍ତପୁରସ୍ଥିତ ଟାଟା ଷ୍ଟିଲ ଓ ମାଇନ୍ସ କାରଖାନା ଫାଟକ ସମ୍ମୁଖରେ ବେଆଇନ ଛଟେଇ ପ୍ରତିବାଦରେ ପୁଃନନିଯୁକ୍ତି ଦାବି କରି ଧାରଣାରେ ବସିଥିବା ବିପିନ ବିହାରୀ ବେହେରା ଜିଲ୍ଲା ଶ୍ରମ ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ଧାରଣାକୁ ପ୍ରତ୍ୟାହାର କରିନେଇଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀ ତପନ କୁମାର ମାଝି ଆଜି ଅପରାହ୍ନରେ କାରଖାନାର କର୍ମଚାରୀ ବିପିନ ବିହାରୀ ଓ ପରିବାର ସଦସ୍ୟ କାରଖାନା ସସ୍ମୁଖରେ ଧାରଣାରେ ବସିଥିବା ସ୍ଥଳକୁ ଯାଇ ଆଲୋଚନା କରିଥିଲେ। କାରଖାନାର ଛଟେଇ ବିରୋଧରେ ଯେହେତୁ ଶ୍ରମ କାର୍ଯ୍ୟାଳୟରେ ଆସନ୍ତା ୨୮ ତାରିଖରେ ଆଲୋଚନା ହେବାର ଦିନ ଧାର୍ଯ୍ୟ ହୋଇଛି ତେଣୁ କାରଖାନା ଫାଟକରେ ବସିବା ଯୁକ୍ତି ସଂଗତ ନୁହେଁ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ମାଝି କହିବା ସହ ବିପିନ ଓ ପରିବାର ସଦସ୍ୟଙ୍କୁ ବୁଝାଇଥିଲେ। ଏହାପରେ ଶ୍ରମ ଅଧିକାରୀଙ୍କ କଥାକୁ ସମ୍ମାନ ଦେଇ ଅପରାହ୍ନ ପ୍ରାୟ ୫ଟା ସମୟରେ ଧାରଣା ପ୍ରତ୍ୟାହୃତ କରିଥିଲେ ବିପିନ ଓ ତାର ପରିବାର।
Popular Categories



