www.samajalive.in
Monday, December 8, 2025
27.1 C
Bhubaneswar

ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଟିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତଥା ଲାହାଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଡ ସ୍ନିଗ୍ଧା ପଣ୍ଡାଙ୍କ ଆବାହକରେ ଆୟୋଜିତ ଏହି ବିଜ୍ଞାନ ପ୍ରଦର୍ଶନୀରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରଜ୍ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ପ୍ରୀୟବତ ସାହୁ, ଭିସୁଟ ବୁର୍ଲାର ରସାୟନ ବିଜ୍ଞାନ ପ୍ରଫେସର ଶରତ କୁମାର ସ୍ବାଇଁ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ତପନ କୁମାର ଦାସ,ସରପଞ୍ଚ ଅର୍ଜୁନ ନାୟକ, ସ୍କୁଲ କମିଟି ସଭାପତି ଗୋପାଳ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ।

ଉତ୍ସବରେ ବ୍ଲକର ବିଭିନ୍ନ ସ୍କୁଲରୁ ମୋଟ ୧୪୪ଟି ପ୍ରକଳ୍ପ ଦେଖଣାହାରୀଙ୍କ ପାଇଁ ବେଶ୍ ମନମୁଗ୍ଧକର ହୋଇଥିଲା। ଭିସୁଟ ବୁର୍ଲାର ରସାୟନ ବିଜ୍ଞାନ ପ୍ରଫେସର ଶ୍ରୀଯୁକ୍ତ ସ୍ବାଇଁ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ କୃତ୍ରିମ ବୁଦ୍ଧିମତ୍ତା” ଉପରେ ପିଲାଙ୍କୁ ଦିଗ୍  ଦର୍ଶନ ଦେଇଥିଲେ। ଉଦଯାପନୀ ଉତ୍ସବରେ ଏନ୍ଏସି ଅଧ୍ୟକ୍ଷ ବନମାଳୀ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଦର୍ଶନୀରେ ଆସିଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ସାତ ଗୋଟି ବିଷୟ ବସ୍ତୁ ମଧ୍ୟରୁ ଖାଦ୍ୟ ଓ ସ୍ଵାସ୍ଥ୍ୟରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଟୋପର ଛାତ୍ର ଶୁଭ ମେହେର, ପରିବହନ ଓ ଯୋଗାଯୋଗରେ ଅତାବିରା ଉଚ୍ଚ ବିଦ୍ୟାଳୟର ଛାତ୍ର ନୃସିଂହ ବରଡ଼ା, ପ୍ରାକୃତିକ କୃଷିରେ ଝିଲୀମିଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରାଚୀ ରଣା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଦୁଲମ୍ ପୁରା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅନୁଷ୍କା ସାହୁ, ଗାଣିତିକ ମଡେଲରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ନେହାରାଣୀ ପ୍ରଧାନ, ବର୍ଜ୍ୟବସ୍ତୁ ପରିଚାଳନାରେ କୁଲୁଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୋନମ୍ କୁମ୍ଭାର ଓ ସମ୍ବଳ ପରିଚାଳନା ବିଷୟରେ ବୁଗୁବୁଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ମିଳନ କହରା ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାକୁ ଯିବା ପାଇଁ ଉନ୍ନୀତ ହୋଇଛନ୍ତି।

- Advertisement -

ସେହିପରି କନିଷ୍ଠ ବିଭାଗରେ ପ୍ରିୟଙ୍କା ଚନ୍ଦନ, ଆଦର୍ଶ ପ୍ରଧାନ, ଅନନ୍ୟା ଛନ୍ଦ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ କୃତିତ୍ୱ ଅର୍ଜନ କରିଥିବା ଶିଶୁ ବୈଜ୍ଞାନିକ ମାନଙ୍କୁ ଟ୍ରଫି ମାନପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories