www.samajalive.in
Monday, December 8, 2025
27.1 C
Bhubaneswar

ଅଟୋ ଚାଳକଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ଅଣ୍ଟା ଭିଡିଲା ବିଏମଏସ

ଧାମରା: ଧାମରାରେ ଅଟୋ ଚାଳକ ମାନଙ୍କ ସୁରକ୍ଷା ଏବଂ ଜୀବନ ଜିବୀକା ପାଇଁ ଆଗେଇ ଆସିଛି ଭାରତୀୟ ମଜଦୁର ସଂଘ (ବିଏମଏସ)। ଏହି ପରିପ୍ରେକ୍ଷୀରେ ଅଟୋ ଚାଳକଙ୍କ ଅଟୋ ରଖିବା ପାଇଁ ଏକ ଷ୍ଟାଣ୍ଡର ଆବଶ୍ୟକତା ଥିବା ବେଳେ ଅଟୋ ଚାଳକଙ୍କ ଜୀବନ ବୀମା କରାଇବା ମଧ୍ୟ ଅପରିହାର୍ଯ୍ୟ ହୋଇ ପଡ଼ିଛି। ଏହାକୁ କାର୍ଯ୍ୟକାରୀ କରାଇବା ସହ ଆଗାମୀ ଦିନରେ ଅଟୋ ଚାଳକଙ୍କ ସମସ୍ତ ଦାବୀକୁ ସରକାରଙ୍କ ପାଖରେ ପହଂଚାଇବା ଏବଂ ଏହାକୁ କାର୍ଯ୍ୟକାରୀ କରାଇବା ଜରୁରୀ ହୋଇ ପଡ଼ିଛି ବୋଲି ଧାମରା ବନ୍ଦର ମଜଦୁର ସଂଘର ସଭାପତି ଚନ୍ଦ୍ର ଶେଖର ଜେନା ମତ ରଖିଛନ୍ତି।

ଅଟୋ ଚାଳକ ମାନଙ୍କୁ ନେଇ ହୋଇଥିବା ସଭାରେ ବିଏମଏସର ଚନ୍ଦ୍ର ଶେଖର ଜେନା ଏବଂ ବିପିନ ବେହେରା ଯୋଗ ଦେଇ ଅଟୋ ଚାଳକ ସଂଘ ତରଫରୁ ହୋଇଥିବା ଦାବୀ ଗୁଡିକର ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ। ଆଗାମୀ ଦିନରେ ବିଏମଏସ ଏହି ସମସ୍ତ ଦାବୀ ଗୁଡିକୁ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବୀପତ୍ର ପ୍ରଦାନ କରିବ। ତୁରନ୍ତ ଧାମରା ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଖାଲୁଆ ସ୍ଥାନକୁ ବାଲିରେ ପୋତି ସମତଳ କରାଯିବା ସହ ଏହି ସ୍ଥାନରେ ସମସ୍ତ ଅଟୋଚାଳକ ମାନଙ୍କୁ ସେମାନଙ୍କର ଅଟୋ ରଖିବାକୁ ଅନୁମତି ଦେବାକୁ ଦାବୀ ହୋଇଛି। ଏଥିସହ ଅଟୋ ଚାଳକ ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ମଧ୍ୟ ବିଏମଏସ ପକ୍ଷରୁ ନିନ୍ଦା କରାଯିବା ସହ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ଭାରତୀୟ ମଜଦୁର ସଂଘ ଦାବୀ ଜଣାଇଛି। ସଭାରେ ସଂଘର ସଂପାଦକ ଦିଲୀପ କୁମାର ନାୟକ, ସଭାପତି ଅକ୍ଷୟ କୁମାର ଦାସ, ଙ୍କ ସମେତ ଶତାଧିକ ଚାଳକ ଉପସ୍ଥିତ ଥିଲେ। ସଂପୃକ୍ତ ଅଟୋ ଚାଳକଙ୍କ ଦାବୀ ଯଥାର୍ଥ ବୋଲି ସମସ୍ତ ଅଟୋଚାଳକ ସଂଘ ଦାବୀ ଜଣାଇଥିବା ବେଳେ ତୁରନ୍ତ ସେମାନଙ୍କୁ ଏକ ସ୍ଥାନ ଯୋଗାଇ ଦେବାକୁ ସେମାନେ ଦାବୀ ରଖିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories