www.samajalive.in
Monday, December 8, 2025
20.1 C
Bhubaneswar

ଗୋପୀନାଥ ଦେବଙ୍କ ଶରତ ରାସ ଉତ୍ସବ

ପିପିଲି:ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ପରିସରରେ ଚାଲିଛି ପ୍ରସିଦ୍ଧ ଶରତ ରାସ ଉତ୍ସବ। ପ୍ରତ୍ୟହ ସଂନ୍ଧ୍ୟାରେ ଗୋପୀନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନଙ୍କୁ ରାସମଣ୍ଡପକୁ ବିଜେ କରାଯିବା ପରେ ଗ୍ରାମର ଶିଶୁ କଳାକାର ମାନେ ରାଧାକୃଷ୍ଣ ଓ ଅଷ୍ଟସଖୀ ଭୂମିକାରେ ଅଭିନୟ ମାଧ୍ୟମରେ ବୃନ୍ଦାବନରେ ରାସଲୀଳା, ଦୋଳି ଖେଳ, ପୁଷ୍ପତୋଳା, ପଶାଖେଳ, ଅବୀର ଖେଳ, ଜଳକ୍ରୀଡା ଆଦି ବିିଭିନ୍ନ ପ୍ରସଙ୍ଗମାନ ପରିବେଷଣ କରୁଛନ୍ତି। ପ୍ରତ୍ୟହ ହଜାର ହଜାର ଦର୍ଶନାର୍ଥୀଙ୍କ ସମାଗମରେ ମନ୍ଦିର ଲୋକାରଣ୍ୟ ହେଉଥିବା ବେଳେ ଏହାକୁ ଲୋକେ ମନଭରି ଉପଭୋଗ କରୁଛନ୍ତି। ଶ୍ରୀ ଶ୍ରୀ ଗୋପୀନାଥ ଦେବ ସମନ୍ୱୟ ରାସ ପରିଷଦ ସଭ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଜନସାଧାରଣଙ୍କ ସହଯୋଗରେ ଦୀର୍ଘ ୫୦ବର୍ଷରୁ ଊର୍ଦ୍ଧ୍ବକାଳ ଧରି ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିବା ସଂପର୍କରେ ପରିଷଦର ସଂପାଦକ ପ୍ରସନ୍ନ କୁମାର ଦାସ ପ୍ରକାଶ କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories