www.samajalive.in
Monday, December 8, 2025
20.1 C
Bhubaneswar

ଧରଣୀଧର ବିଶ୍ୱବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଓ ପୁସ୍ତକ ଉନ୍ମୋଚନ

କେନ୍ଦୁଝରଗଡ଼: ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ସ୍ନାତକୋତ୍ତର ସଂସ୍କୃତ ବିଭାଗ ପକ୍ଷରୁ ମଙ୍ଗଳବାର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ଉତ୍ସବ ଅବସରରେ ନିତ୍ୟ ପ୍ରାତଃକାଳରେ ମନ୍ତ୍ରପାଠ କରିବା ପାଇଁ ପରାମର୍ଶ ଦେବା ସହ ସଂସ୍କୃତ ଭାଷାରେ ଶିକ୍ଷା ଗ୍ରହଣ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଉଦାହରଣ ପ୍ରସଙ୍ଗରେ ସଂସ୍କୃତ କପରି ଇଂଲଣ୍ଡ ଏବଂ ଜର୍ମାନର ପାଠ୍ୟକ୍ରମରେ ବାଧ୍ୟତାମୂଳକ କରାଯାଇଛି ତାହା ଉପସ୍ଥାପନ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧକ୍ଷ ଡ. ପ୍ରଭୁପ୍ରସାଦ ଦାସ ଅତିଥି ଭାବେ ଯୋଗଦେଇ ସଂସ୍କୃତ ଅଧୟନକାରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜୀବନରେ କେବେ ସଂସ୍କାରର ଅଭାବ ହୁଏ ନାହିଁ ବୋଲି କହିଥିଲେ। ବିଶ୍ୱବିଦ୍ୟାଳୟର କୁଳସଚିବ ଦୁଃଖବନ୍ଧୁ ନାୟକ ବିଦାର୍ଥୀମାନଙ୍କ ଉନ୍ନତି ନିମନ୍ତେ ସଂସ୍କୃତର ଆବଶ୍ୟକତା ଏବଂ ଭବିଷ୍ୟତ ପାଇଁ ପଥ ପ୍ରଦର୍ଶକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସଂସ୍କୃତ ବିଭାଗ ମୁଖ୍ୟା ତଥା ସଂଯୋଜିକା ଡ. ଅରୁନ୍ଧତୀ ଓଝା ଛାତ୍ରଛତ୍ରୀମାନଙ୍କୁ ଶୁଭ ଆର୍ଶୀବାଦ ପ୍ରଦାନ କରିଥିବା ବେଳେ ବିଭାଗୀୟ ଅନ୍ୟତମ ସହକାରୀ ପ୍ରାଧ୍ୟାପିକା ଡ.ନିବେଦିତା ପତି ଛାତ୍ରଛାତ୍ରୀଙ୍କ ମଙ୍ଗଳ କାମନା କରିଥିଲେ। ସ୍ନାତକୋତ୍ତର ଛାତ୍ରୀ ଚିନ୍ମୟୀ ସ୍ୱଦେଶ ବନ୍ଦିତା ବେହେରା, ସ୍ଥିତିପ୍ରଜ୍ଞା ନାୟକ ଓ ବନୀତା ଭୋଳ ଏହି ଉତ୍ସବ ପାଳନର ମହତ୍ୱ ସମ୍ପର୍କରେ ନିଜ ନିଜ ମତ ଉପସ୍ଥାପନ କରିଥିଲେ। ବିଭାଗୀୟ ମୁଖ୍ୟ ଡ. ଅରୁନ୍ଧତୀ ଓଝା ଏବଂ ବିଭାଗୀୟ ଅଧ୍ୟାପକ ଡ. ପଙ୍କଜ କୁମାର ମହାନାଙ୍କ ସମ୍ପାଦିତ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂସ୍କୃତ ପୁସ୍ତକ ‘ବୈଦିକସୂକ୍ତ’କୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହାନ୍ତି ଉନ୍ମୋଚନ କରିଥିଲେ। ଅଧ୍ୟାପିକା ମନୋରମା ଖଣ୍ଡା, ଡ.ଆଲିଶା ବିଶ୍ୱାଳ, ଡ.ପଙ୍କଜ କୁମାର ମାହାନାଙ୍କ ସମେତ ବିଭାଗୀୟ ଛାତଛାତ୍ରୀ ସଂସ୍କୃତ ସଙ୍କଳ୍ପ ମନ୍ତ୍ରରେ ମନ୍ତ୍ରୀତ ହୋଇଥିଲେ। ଶେଷରେ ଛାତ୍ରୀ ଚିନ୍ମୟୀ ସ୍ୱଦେଶ ବନ୍ଦିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories