www.samajalive.in
Tuesday, December 9, 2025
15.1 C
Bhubaneswar

ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ସହ ଏନଏସିର ବିକାଶ ନେଇ ଗର୍ଜିଲେ ବିଧାୟକ

ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ବନମାଳୀ ବରିହାଙ୍କ ଅଧ୍ୟକ୍ଷତାରେ ଆଜି ଏନଏ ସି କାର୍ଯ୍ୟାଳୟରେ ଅତାବିରା ଅଞ୍ଚଳର ବିକାଶ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏଥିରେ ସ୍ଥାନୀୟ ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତହସିଲଦାର କାଲୋ ରିଚି କୁମାର, ଥାନା ଅଧିକାରୀ ସୁକୁମାର ତ୍ରିପାଠୀ, ଜିଲ୍ଲା ସାଂସଦ ପ୍ରତିନିଧି ସୁରେନ୍ଦ୍ର କୁମାର ସ୍ବାଇଁ, ଉପାଧ୍ୟକ୍ଷ ଅନୁଶୟା ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ  ନୂତନ ଭାବେ ଅନୁମୋଦିତ ହୋଇଥିବା ୧୬ ଜଣ ଭିନ୍ନକ୍ଷମଙ୍କୁ ଭତ୍ତା, ୧୬ ଜଣ ବୃଦ୍ଧ ଓ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ୱାର୍ଡ ନଂ ୪ର  ଦିବ୍ୟାଙ୍ଗ ପ୍ରକାଶ ବାରିହାଙ୍କୁ ଏକ ହୁଇଲ୍ ଚେୟାର ପ୍ରଦାନ କରାଯାଇଥିଲା।

ପରେ ସହରର ବିକାଶକୁ ନେଇ ଆଲୋଚନା ଓ ସମାଲୋଚନା ହୋଇଥିଲା। ଉପସ୍ଥିତ ସମସ୍ତ କାଉନସିଲର ମାନଙ୍କ ସହ ବିଧାୟକ ସହରର ବିକାଶ ଉପରେ ପ୍ରଶ୍ନ ରଖିବା ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଦୀର୍ଘ ବର୍ଷ ଧରି ଅତାବିରା ଦମଦମା  କଡ଼ରେ ଥିବା ଶ୍ମଶାନର ନିର୍ମାଣ କାର୍ଯ୍ୟ ପଡ଼ି ରହିଥିବା ବେଳେ ତାକୁ ସମ୍ପୂର୍ଣ କରି ଅଲୋକିକରଣ କରି ଗୋଟିଏ ମାସ ମଧ୍ୟରେ ଏନଏସିକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୧୭ ମସିହାରେ ଅତାବିରା ଜାତୀୟ ରାଜପଥରେ ଉଭୟ ରେଙ୍ଗାଲିକ୍ୟାମ୍ପ ଓ ଝାଉଁ ନଦୀ ପୋଲ ଆଗରେ ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ସ୍ଵାଗତ ଦ୍ଵାରର  ତୋରଣର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ତାହା ୨୦୧୯ ମସିହାରୁ ଭାଙ୍ଗି ପଡ଼ି ରହିଛି। ଯାହାକୁ ନେଇ ବିଧାୟକ ଦୁଃଖ ପ୍ରକାଶ କରିବା ସହ ପୁନଃ ନିର୍ମାଣ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏହା ବ୍ୟତୀତ ଭେଣ୍ଡିଂ ଜୋନ, ବସ୍ ଷ୍ଟାଣ୍ଡ, ଯାତ୍ରୀ ବିଶ୍ରାମ ଗୃହ, ଛକ ମାନଙ୍କରେ ଟ୍ରାଫିକ ସହ ଉନ୍ନତ ଆଲୋକିକରଣ ଉପରେ ରହିଥିବା ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories