ଗୁରୁଡ଼ିଝାଟିଆ: ଖୁଣ୍ଟୁଣୀ ପୁଲିସ ଅତର୍କିତ ଭାବେ ଡାଳୁଆ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଚୋରା ଦେଶୀମଦ ରନ୍ଧନ କେନ୍ଦ୍ର ଉପରେ ଅତର୍କିତ ଚଢାଉ କରିଥିଲେ। ୨୫୨୦ଲିଟର ପୋଚ, ୧୪ଶହ ଲିଟର ଚୋରା ଦେଶୀମଦ ଜବତ କରିଥିବା ବେଳେ ୯୦ ପ୍ୟାକେଟ ଜେଗ୍ରୀ ପାଉଡର, ୫୦କିଗ୍ରା ଆମୋନିୟମ ସଲଫେଟ ସାର ଜବ କରିବା ସଂଗେ ସଂଗେ ଖଣ୍ଡୁଆଳି ଗ୍ରାମର ପ୍ରଭାକର ସାହୁ ଓ ପ୍ରହଲ୍ଲାଦ ସାହୁ୍ଙ୍କୁ ଗିରଫ କରିଛନ୍ତି। ଅନୁରୂପ ଭାବେ ଗୁରୁଡ଼ିଝାଟିଆ ପୁଲିସ ରଘୁ ସିଙ୍କୁକୁ ଗିରଫ କରିବା ସହ ତାଠାରୁ ୫୦ଲିଟର ଦେଶୀମଦ ଜବତ କରିଛି। ତାରଘର ଦମ୍ପତିପୁର ଗ୍ରାମରେ ବୋଲି ଥାନା ଅଧିକାରୀ ପରେଶ କୁମାର ମହାନ୍ତି ଗଣମାଧ୍ୟମକୁ କହିଛନ୍ତି।
Popular Categories



