www.samajalive.in
Monday, December 8, 2025
27.1 C
Bhubaneswar

ନାବାଳିକା ଅପହରଣ ସହ ଦୁଷ୍କର୍ମ ମାମଲାରେ ଯୁବକ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅଞ୍ଚଳରେ ଏକ ନାବାଳିକାକୁ ପ୍ରଲୋଭନ ଦେଖାଇ ଅପହରଣ କରି ଦୁଷ୍କର୍ମ କରିବା ଘଟଣାରେ ଗୁରୁବାର  ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ମନ୍ତ୍ରୀଡି ଗ୍ରାମର ବଳରାମ ନାଇକ (୨୬)। ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ଏକ ଗ୍ରାମରେ ଗତ ଅଗଷ୍ଟ ମାସ ୧୯ ତାରିଖରେ ଘରେ କେହି ନଥିବା ବେଳେ ନାବାଳିକା ଏକୁଟିଆ ଘରେ ଥିଲେ।  ଏହାର ସୁଯୋଗ ନେଇ ବଳରାମ ନାବାଳିକାକୁ ଅପହରଣ କରି ଫେରାର ହୋଇ ଯାଇଥିଲେ। ସନ୍ଧ୍ୟାରେ ପରିବାର ଲୋକ ଘରକୁ ଆସିବା ପରେ ନାବାଳିକା ଝିଅ ଘରେ ନଥିବା ଜାଣିବାକୁ ପାଇଥିଲେ। ବହୁ ଖୋଜା ଖୋଜି କରିଥିଲେ ମଧ୍ୟ୍ୟ ପାଇନଥିଲେ। ଏ ନେଇ ନାବାଳିକାର ଭଉଣୀ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା କେଶ ନ ୩୩୬/୨୪ ପ୍ରକାରେ ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବଳରାମ ଓ ନାବାଳିକା ଉଭୟ ବଳରାମର ବଡ଼ ମା ଘରେ ଥିବା ଖବର ପାଇ ଗୁରୁବାର ଗୋଳନ୍ଥରା ଥାନା ପୋଲିସ ସେଠାରେ ଚଡାଉ କରି ନାବାଳିକାକୁ ଉଦ୍ଧାର କରିବା ସହ ବଳରାମକୁ ଥାନାରେ ଅଟକ ରଖି ପଚାର ଉଚରା ଜାରି ରଖିଥିଲା। ବଳରାମ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ନାବାଳିକା ଜଣକ ପୋଲିସକୁ କହିଥିଲେ।  ବ୍ରହ୍ମପୁର ବଡ଼ ମେଡିକାଲରେ ନାବାଳିକା ଓ ବଳରାମର ଡାକ୍ତରି ମାଇନା କରି ବଳରାମକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବି. ଏନ. ଏସ. ଏସ ୧୮୩ ଧାରା ଅନୁସାରେ ନାବାଳିକା ବିଚାରପତିଙ୍କ ସମୁଖରେ ବୟାନ ରେକର୍ଡ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories