www.samajalive.in
Monday, December 8, 2025
27.1 C
Bhubaneswar

ବିଜେଡିର ମୋଟୁ ଅଂଚଳ ଗସ୍ତ ନେଇ ପ୍ରତିକ୍ରିୟା

ମାଲକାନଗିରି: ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଗୁରୁବାର ଦିନ ବିଜେଡି ରାଜ୍ୟ କମିଟି ମୋଟୁ ଅଞ୍ଚଳ ଗସ୍ତକୁ ନେଇ ପ୍ରତିକ୍ରିୟାରେ କହିଛନ୍ତି, ପୋଲାଭରମ୍ ପ୍ରକଳ୍ପ ପାଇଁ ବିଜୁ ଜନତା ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କେମିତି ଜାଣିଲେ କେତେ କ୍ଷୟକ୍ଷତି ହେବ। ୨୫ ବର୍ଷରେ ପଲ୍ଲିସଭା କି ଗ୍ରାମସଭା କରି ନ ଥିବାରୁ ସୀମା ନିର୍ଦ୍ଧାରଣ ହୋଇନାହିଁ। ୧୯୯୮ ମସିହାରେ ଆନ୍ଧ୍ରପ୍ରଦେଶର ପୋଲାଭରମ୍‌ ଠାରେ ପ୍ରକଳ୍ପର ଶୁଭ ଦିଆଯାଇଥିଲା। ସେ ସମୟରେ ଆନ୍ଧ୍ର, ଓଡ଼ିଶା, ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଥିଲା। ୩ ରାଜ୍ୟ ଓ କେନ୍ଦ୍ରର ସ‌ହମତିରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ୨୦୦୪ରେ ପୁନଃ ଏହି ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ଦ୍ଵିତୀୟ ଥର ଶୁଭାରମ୍ଭ ହୋଇଥିଲା। ସେ ସମୟରେ ଓଡ଼ିଶାରେ ବିଜେଡି ସରକାର ଥିବା ବେଳେ କେନ୍ଦ୍ରରେ କଂଗ୍ରେସର ମନମୋହନ ସରକାର୍ ଥିଲା। ୨୦୧୪ରେ କେନ୍ଦ୍ର ଭାଜପା ସରକାର ପ୍ରକଳ୍ପ କାମକୁ ଆଗେଇ ନେବା ପାଇଁ ଅର୍ଥ ବରାଦ କରିଥିଲେ। କିନ୍ତୁ ୨୫ ବର୍ଷ ଧରି ବିଜେଡି ସରକାର କେବଳ କେନ୍ଦ୍ରକୁ ଚିଠି ଲେଖିବା ଓ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବା ବ୍ୟତୀତ ପୋଲାଭରମ୍ ପ୍ରକଳ୍ପକୁ ବିରୋଧକରି କୌଣସି ବଡ଼ ଧରଣର ପଦକ୍ଷେପ ନେଇ ନ ଥିଲା। ଏହି ପ୍ରକଳ୍ପକୁ ନେଇ ମାଲକାନଗିରି ଜିଲାରେ କ୍ଷୟକ୍ଷତିକୁ ଗୁରୁତ୍ୱ ଦେଇ ବର୍ତ୍ତମାନର ସରକାର ଖୁବ୍ ତତ୍ପର ଅଛନ୍ତି। ଓଡ଼ିଶା ସୀମାରେ କିପରି ପୋଲାଭରମ୍‌ର ପଛୁଆ ଜଳ ପ୍ରବେଶ ନ କରିବ ତାର ବ୍ୟବସ୍ଥା କରି ପ୍ରକଳ୍ପ ଉଚ୍ଚତା କମାଇବାକୁ ପଦକ୍ଷେପ ନେବାକୁ ଉଭୟ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି ବିଧାୟକ ନରସିଂହ ମାଡକାମୀ କହିଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories