www.samajalive.in
Monday, December 8, 2025
20.1 C
Bhubaneswar

ପୁରୁଣା ବସ୍ତି ଅଞ୍ଚଳରେ ଜନତାଙ୍କ ସମସ୍ୟା ବୁଝିଲେ ମହାନଗର କମିଶନର

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ନନ୍ଦପଡ଼ା ଓ ଝାଡୁଆପଡ଼ା ସମେତ ବିଭିନ୍ନ ଅଞ୍ଚଳରେ ମହାନଗର ନିଗମ କମିଶନର ବେଦ ଭୂଷଣ ବୁଲି ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି। ବର୍ଷା ଋତୁ ପାଇଁ ନାଳ, ରାସ୍ତାଘାଟ ସଠିକ ସମୟରେ ସଫେଇ ହେଉଛି କି ନାହିଁ ବୋଲି ଜନତାଙ୍କ ମତ କମିଶନର ଲୋଡିଥିଲେ। ଏଥି ସହ ଅଞ୍ଚଳରେ ରହିଥିବା ସମସ୍ୟା ଗୁଡିକ ସମ୍ପର୍କରେ ଅବଗତ ହେବା ସହିତ ସେ ଗୁଡିକର ସମାଧାନ ପାଇଁ ମଧ୍ୟ ଲୋକଙ୍କ ଠାରୁ ପ୍ରସ୍ତାବ ଗୁଡିକ ନେଇଥିଲେ। ଅନ୍ୟ ପଟରେ ରିଂ ରୋଡରେ ମଇଳା ଦୀର୍ଘ ଦିନ ଧରି ପଡ଼ି ରହୁଥିବାରୁ ଅଞ୍ଚଳ ଦୂଷିତ ଓ ଦୁର୍ଗନ୍ଧଯୁକ୍ତ ହୋଇ ରହୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେହିଭଳିର ରାତ୍ରି ସମୟରେ ଗାଈ ଗୋରୁ ଗୁଡିକ ରାସ୍ତା ରହୁଥିବାରୁ ନିୟମିତ ଛୋଟ ବଡ ଦୁର୍ଘଟଣା ଘଟୁଥିବାରୁ ଗାଈ ଗୋରୁ ମାନଙ୍କ ସହିତ ଲୋକେ ମଧ୍ୟ ଖଣ୍ଡିଆ ଖାବରା ହେଉଛି। ଏଣୁ ସେମାନଙ୍କୁ ରାସ୍ତା ଉପରୁ ହଟାଇବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା। ରିଂ ରୋଡରେ ଆବର୍ଜନା ପଡ଼ି ରହିବ ନାହିଁ ବୋଲି ପ୍ରତିଶୃତି କମିଶନର ଦେଇଥିବା ବେଳେ ଗାଈଗୋରୁ ଗୁଡିକ ମଧ୍ୟ କିଭଳି ରୂପେ ରାସ୍ତାରୁ ହଟିବେ ସେ ନେଇ ଖୁବ ଶିଘ୍ର କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories