www.samajalive.in
Monday, December 8, 2025
27.1 C
Bhubaneswar

ପୋଖରୀରୁ ଛାତ୍ରୀଙ୍କ ଗଳିତ ମୃତଦେହ ଉଦ୍ଧାର

ଗୋପାଳପୁର: ଜଣେ ଆଇଟିଆଇ ଦ୍ବିତୀୟ ବର୍ଷର ଛାତ୍ରୀଙ୍କ ଗଳିତ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଛି। ଛାତ୍ରୀ ଜଣକ ଗୋପାଳପୁର ଦଳିତ ସାହିର ସ୍ନେହଲତା ନାୟକ ଓରଫ୍ ଗୁଡ୍ଡି(୧୯) ବୋଲି ପୁଲିସ ସୂଚନା ଦେଇଛି। ଗୁଡ୍ଡି ଗତ ଗୁରୁବାରଠାରୁ ନିଖୋଜ ଥିଲେ। ଗୁଡ୍ଡି ଗୋପାଳପୁରରେ ପରିବାର ସହ ରହି ଆସୁଥିବାବେଳେ ରାମଚନ୍ଦ୍ରପୁରଠାରେ ଏକ ଘରୋଇ କଲେଜରେ ଆଇଟିଆଇର ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ। ଗୁରୁବାର ସକାଳେ ବଜାରରୁ ସଉଦା ଆଣିବା ପରେ ସକାଳ ସାଢେ ୯ଟା ପରଠାରୁ ବାହାରକୁ ଚାଲି ଯାଇଥିଲେ। ଅପରାହ୍ନ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ବର୍ଗ ଖୋଜାଖୋଜି ଆରମ୍ଭ କରିଥିଲେ। ଶନିବାର ସୁଦ୍ଧା କୌଣସି ଖୋଜ ଖବର ନ ମିଳିବା ସହ ମୋବାଇଲ୍ ବନ୍ଦ ରହିଥିବାରୁ ପରିବାର ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପକ୍ଷରୁ ନିଖୋଜ ମାମାଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଥିଲା। ରବିବାର ସକାଳେ ଗୋପାଳପୁରଠାରୁ ୫ କିମି ଦୂର କରାପଲ୍ଲୀଠାରେ ଥିବା ଗୁଡ଼ିକ ଖାଲ ପୋଖରୀରେ ଏକ ଅଜଣା ମୃତଦେହ ଭାସୁଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଭଞ୍ଜବିହାର ଆଉଟ୍ ପୋଷ୍ଟରେ ଖବର ଦେଇଥିଲେ। ଘଟଣା ନେଇ କନିଷି ଅଗ୍ନିଶମ ବିଭାଗଙ୍କୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ପୋଖରୀରୁ ବାହାର କରିବା ସହ ବ୍ରହ୍ମପୁର ବଡ ମେଡିକାଲକୁ ବ୍ୟବଛେଦ ନିମନ୍ତେ ପଠାଇ ଦିଆଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories