www.samajalive.in
Monday, December 8, 2025
14.1 C
Bhubaneswar

ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଫୁଲବାଣୀ: ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ମେଳାରେ ଉଦ୍ଘାଟନୀ ଉତ୍ସବରେ ପୋଲିସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ ଯୋଗ ଦେଇଥିବା ବେଳେ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ଅଶୋକ କୁମାର ଶତପଥୀ, ଶୈକ୍ଷିକ କମିଟିର ସଦସ୍ୟ ଶିବାଜୀ ଅଧିକାରୀ ଉପସ୍ଥିତ ଥିଲେ। ସେହିପରି ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି. ଶିବ ଶଙ୍କର ପାତ୍ର, ଶୈକ୍ଷିକ କମିଟିର ସଭାପତି ବାସୁଦେବ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ। ଜ୍ଞାନ ବିଜ୍ଞାନ ମେଳାରେ ମୋଟ ୧୮୯ ଟି ପ୍ରକଳ୍ପରେ ଶିଶୁ ଅଂଶ ଗ୍ରହଣ କରିଥିଲେ। ଉକ୍ତ ବିଜ୍ଞାନ ମେଳାରେ ବିଚାରକ ଭାବରେ ଅଭିଜ୍ଞ ସ୍ଥାନୀୟ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପ୍ରକଳ୍ପ ଚୟନ କରାଯାଇଥିଲା। ଅନୁଷ୍ଠାନର ବିଜ୍ଞାନ ଆଚାର୍ଯ୍ୟ ଅନୀଲ କୁମାର ସାହୁ ଓ ନିରୂପମା ପଣ୍ଡାଙ୍କ ସଂଯୋଜନା ତଥା ସମସ୍ତ ବିଜ୍ଞାନ ଆଚାର୍ଯ୍ୟ, ଆଚାର୍ଯ୍ୟା ଏବଂ ଅନ୍ୟାନ୍ୟ ଆଚାର୍ଯ୍ୟ, ଆଚାର୍ଯ୍ୟାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories