www.samajalive.in
Monday, December 8, 2025
20.1 C
Bhubaneswar

ପରିବେଶ ସୁରକ୍ଷା ସଚେତନତା ଓ ବୃକ୍ଷରୋପଣ

ଚୌଦ୍ୱାର: ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂଯୋଗ ଆନୁକୂଲ୍ୟରେ ସ୍ଥାନୀୟ ଶିଶୁ ସଦନରେ ପରିବେଶ ସୁରକ୍ଷା ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ହିନ୍ଦ୍‌‌ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଶିଶୁସଦନର ମୁଖ୍ୟ ଦାମୋଦର ସାହୁଙ୍କ ପୌରୋହିତ୍ୟରେ ସଦନର ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଯୋଗ ଅନୁଷ୍ଠାନର ବିକାଶ ରଞ୍ଜନ ମହାନ୍ତି, ଜଗନ୍ନାଥ ସାହୁ, ରୂପାଲି ମହାନ୍ତି ପ୍ରମୁଖ ପ୍ରତିନିଧି ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଉପଯୋଗିତା ସମ୍ପର୍କରେ ସଦନର ପିଲା ଓ କର୍ମୀ ମାନଙ୍କୁ ବୁଝାଇଥିଲେ। ଭିଡ଼ିଓ ଚିତ୍ର ମାଧ୍ୟମରେ ପରିବେଶ ସୁରକ୍ଷା ସମ୍ପର୍କରେ ପିଲା ମାନଙ୍କୁ ସଚେତନ କରାଯାଇଥିଲା। ଅନ୍ତେବାସୀ ମାନେ ଶିଶୁସଦନ ପରିସରରେ ବିଭିନ୍ନ ଫଳ ଓ ଫୁଲର ଚାରାଗଛ ରୋପଣ କରିଥିଲେ। ପରିଚାଳକ ସୀମାନ୍ତ ନାୟକଙ୍କ ନେତୃତ୍ୱରେ ସମସ୍ତ କର୍ମୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories