www.samajalive.in
Monday, December 8, 2025
27.1 C
Bhubaneswar

ପାଠ୍ୟ ଉପକରଣ ବଣ୍ଟନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଚୌଦ୍ୱାର: ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍‌‌ ତରଫରୁ ଚୌଦ୍ୱାର ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ପାଠ୍ୟ ଉପକରଣ ବଣ୍ଟନ ଓ କୃତି ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଇମ୍ଫାର ଉପ ସଭାପତି ବିନୟ ଅଗ୍ରୱାଲାଙ୍କ ପୌରୋହିତ୍ୟରେ ଷ୍ଟାଫକ୍ଲବ୍‌‌ ପରିସରରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍‌‌ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ଅଞ୍ଚଳର ଶିକ୍ଷା, କ୍ରିଡ଼ା ଓ ପାରିପାର୍ଶ୍ବିକ ବିକାଶ ଦିଗରେ ଇମ୍ଫାର ଯୋଗଦାନକୁ ପ୍ରଶଂସା କରିଥିଲେ। ଟାଙ୍ଗୀ-ଚୌଦ୍ୱାର ଆଥଲେଟଇକ୍‌‌ ଆସୋସିଏସନ୍‌‌ର କାର୍ଯ୍ୟକାରୀ ସଭାପତି ଦିଲ୍ଲିପ ଛତାର, ସମ୍ପାଦକ ବିଜୟ କୁମାର ସାହୁ, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଇମ୍ଫା ମାନବ ସମ୍ବଳ ଅଧିକାରୀ ଜି.ସାରଦା ପ୍ରସାଦ ରାଓ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥି ମାନେ ବ୍ଲକର ୭ଟି ବିଦ୍ୟାଳୟକୁ ୧୪୦ ଯୋଡ଼ା ବେଞ୍ଚ ଡେସ୍କ ଓ ନିଶା ନିବାରଣ କେନ୍ଦ୍ର ପରିବର୍ତ୍ତନକୁ ଗୋଟିଏ କଂପ୍ୟୁଟର ବଣ୍ଟନ କରିଥିଲେ। ଗତବର୍ଷ ଆୟୋଜିତ ବ୍ଲକ ଅଥଲେଟିକ୍‌‌ ମିଟ୍‌‌ରେ କୃତିତ୍ୱ ଅର୍ଜନ କରିଥିବା ୧୫ଜଣ ଖେଳାଳୀଙ୍କୁ ଫାଉଣ୍ଡେସନ୍‌‌ ତରଫରୁ ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିର୍ତ କରାଯାଇଥିଲା।ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଧ୍ରୁବ ଚରଣ ରାଉତଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନସ ରଞ୍ଜନ ପ୍ରଧାନ, ଅଭିଷେକ ଘୋଷ, ସୁନୀଲ କ୍ରୀଷ୍ଣା ଦାସ, ସ୍ଥିତପ୍ରଜ୍ଞ ଦାସ, ରାକେଶ ମିଶ୍ର ପ୍ରମୁଖ ଅଧିକାରୀ ସହଯୋଗ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories