www.samajalive.in
Saturday, December 6, 2025
26.1 C
Bhubaneswar

ରାସ୍ତା ମଝିରେ ଭାରିଯାନ, ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ

ପଦ୍ମପୁର: ରାୟଗଡା ଜିଲ୍ଲାର ବ୍ୟବସାୟକ ପେଣ୍ଠସ୍ଥଳି ସହ ଜନଗହଳି ପୂର୍ଣ୍ଣ ପଦ୍ମପୁର ସହରରେ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି ଟ୍ରାଫିକ ସମସ୍ୟା। ବାହାର ରାଜ୍ୟରୁ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର ମାଲବାହି ଟ୍ରକ ଘଣ୍ଟା ଘଣ୍ଟା ଧରି ମୁଖ୍ୟ ରାସ୍ତା ଉପରେ ରଖୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଚିନ୍ତା ବଡାଇଛି। ପଦ୍ମପୁର ସହର ମଧ୍ୟରେ ରାସ୍ତା ଚଉଡା ନଥିବା ସାଙ୍ଗକୁ ଯାନ ବାହାନ ଚଳ ପ୍ରଚଳ କରୁଥିବା ଯୋଗୁଁ ପ୍ରତ୍ୟେକ ସମୟରେ ଗହଳି ଅନୁଭବ ହେଉଛି। ଏହି ରାସ୍ତାର ଆରମ୍ଭରେ ବ୍ଲକ ଅଫିସ, ଷ୍ଟେଟ ବ୍ୟାଙ୍କ, ମୁଖ୍ୟ ବଜାର ଓ ବିଭିନ୍ନ ସାହି ଗୁଡିକୁ ଯିବାକୁ ରାସ୍ତା ମେଡିକାଲ, ସ୍କୁଲ, କଲେଜକୁ ଯିବାକୁ ରାସ୍ତା ସବୁଠାରୁ ଅଧିକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହେଉଛି ବଜାରର ମଧ୍ୟ ଭାଗରେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଗାଡ଼ି ମାଲିକ ଏବଂ ଗାଡ଼ି ଚାଳକ ମାନେ ଜାଣିଶୁଣି ରାସ୍ତା ଉପରେ ଗାଡ଼ି ପାର୍କିଂ କରି ଘଣ୍ଟା ଘଣ୍ଟା ଧରି କୁଆଡେ ଚାଲି ଯାଆନ୍ତି। ଚାରି ଚକିଆ, ଛଅ ଚକିଆ ଓ ବଡ଼ ବଡ଼ ମାଲ୍ ବୋଝେଇ ଟ୍ରକ ମଧ୍ୟ ରାସ୍ତା ଉପରେ ରଖି ଚାଲି ଯାଉଛନ୍ତି ବୋଲି କହିଛନ୍ତି। ଆଉ କିଛି ଟ୍ରକ ମାଲିକ ମାଲ୍ ବୋଝେଇ ଗାଡ଼ି ଧରି ଆସି ମେନ ରୋଡ ଉପରେ ଗାଡ଼ି ଛିଡ଼ା କରି ଚାଲି ଯାଆନ୍ତି। ଜିନିଷ ପତ୍ର ନେବା ପାଇଁ ଦୋକାନ ସମ୍ମୁଖରେ ଅଟୋ ଚାଳକ ମାନେ ଭିଡ଼ ଜମାଇ ରହୁଛନ୍ତି। ଯାହାଦ୍ବାରା ଦୋକାନ ସମ୍ମୁଖରେ ଦୋକାନ ଆସୁଥିବା ଗ୍ରାହକ ନିଜ ନିଜର ଦୁଇ ଚକିଆ ଓ ଚାରି ଚକିଆ ଯାନ ପାର୍କିଂ କରି ପାରୁନଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories