ବାଉଁଶୁଣି: ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ହିନ୍ଦୀ ବିଦ୍ୟାପୀଠ ମଥୁରା ଦ୍ୱାରା ନୂ ଦିଲ୍ଲୀ ସ୍ଥିତ ବିଧାନସଭା କ୍ଲବରେ ଆୟୋଜିତ ଭବ୍ୟ ସମ୍ମାନ ସମାରୋହ ଅୟୋଜିତ ହୋଇଥିଲା। ଏହି ଅବସରରେ ଦେଶର ବିଭିନ୍ନ ପ୍ରଦେଶର ୬୦ ଜଣ ବ୍ୟକ୍ତିଙ୍କୁ ତାଙ୍କ କାର୍ଯ୍ୟ, ଯୋଗ୍ୟତା, ଚୟନ ପ୍ରକ୍ରିୟାରେ ସଫଳତା ପାଇବା ସହ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନଜନକ ଡକ୍ଟରେଟ ସମ୍ମାନ ପ୍ରଦାନ କରିଥିଲେ। ଏହି ସମାରୋହର ଅଧ୍ୟକ୍ଷ ମାନ୍ୟବର କୁଳପତି ଡକ୍ଟର ଇନ୍ଦୁ ଭୂଷଣ ମିଶ୍ର, ମୁଖ୍ୟ ଅତିଥି, ଜାନସୀ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପଦ୍ମଶ୍ରୀ ଡଃ ଅରବିନ୍ଦ କୁମାର, ମୁଖ୍ୟ ବକ୍ତା ଜାତୀୟ ପ୍ରବଚନ କର୍ତ୍ତା ଶୁଶ୍ରୀ ଦୀପା ମିଶ୍ରl, ବିଶିଷ୍ଟ ସମ୍ମାନିତ ଡଃ ସ୍ଵର୍ଣ୍ଣଲତା ପଞ୍ଚଲ୍, ପଦ୍ମଶ୍ରୀ ଡଃ ବିଶ୍ୱନାଥ ଜୀ ସମସ୍ତଙ୍କୁଙ୍କୁ ପ୍ରମାଣପତ୍ର, ପଦକ ଇତ୍ୟାଦି ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଅବସରରେ ବାଉଁଶୁଣି, ବୌଦ୍ଧ ର ବିଶିଷ୍ଟ ଶିକ୍ଷାବିତ, ସଂସ୍କାର ଶିକ୍ଷା ଅନୁଷ୍ଠାନର ସଂଚାଳକ ସୁରେନ୍ଦ୍ର କୁମାର ମେହେରଙ୍କୁ ଶିକ୍ଷା ଓ ସମାଜ ସେବାରେ ଅତୁଳନୀୟ ଅବଦାନ ପାଇଁ ବିଦ୍ୟା ବାଚସ୍ପତି ସମ୍ମାନ ମିଳିଛି।
Popular Categories



