www.samajalive.in
Sunday, December 7, 2025
26.1 C
Bhubaneswar

ଥାନା ସମ୍ମୁଖସ୍ଥ ମା’ ବାଉତୀ ମନ୍ଦିରରୁ ଚୋରି

ଆଠଗଡ: ଆଠଗଡର ଅଧିଷ୍ଠାତ୍ରୀ ମା ବାଉତୀଙ୍କ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡଛି। ଆଠଗଡ ଥାନାର ଠିକ୍‌ ସମ୍ମୁଖରେ ଅର୍ଥାତ ମାତ୍ର ୧୫ମିଟର ଦୂରରେ ଥିବା ଏହି ପ୍ରାଚୀନ ମନ୍ଦିରରୁ ଗତକାଲି ରାତିର ଚୋରିକୁ ମିଶାଇ ଅଦ୍ୟାବଧି ୭ଥର ଚୋରି ହେଲାଣି। କିନ୍ତୁ ପୁଲିସ୍‌ କୌଣସି ଗୋଟିଏ ମାମଲାରେ ଚୋର ଧରିବା କିମ୍ବା ଚୋରି ସାମଗ୍ରୀ ଉଦ୍ଧାର କରିବାରେ ସକ୍ଷମ ହୋଇନଥିବାରୁ ସାଧାରଣରେ ବିଶେଷ କରି ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଗତ ରାତିରେ ମନ୍ଦିରର ପୂଜକ ରୁଦ୍ରନାରାୟଣ ପଣ୍ଡା ସମସ୍ତ ନୀତି ଓ ପହଡ ଶେଷ କରି ପ୍ରାୟ ରାତି ୧୦ଟାରେ ମୁଖ୍ୟମନ୍ଦିର ଓ ଫାଟକ ଆଦିରେ ତାଲା ଲଗାଇ ନିଜ ଘରକୁ ଯାଇଥିଲେ। ସକାଳ ୫.୩୦ରେ ମନ୍ଦିର ପୂଜକ ଶ୍ରୀ ପଣ୍ଡା ଆସି ଦେଖନ୍ତି ତ ମୁଖ୍ୟ ମନ୍ଦିର ଏବଂ ଏହାର ସଂଲଗ୍ନରେ ଥିବା ୨ଟି ବିଶ୍ରାମ ଓ ଗୋଟିଏ ଭଣ୍ଡାର କକ୍ଷର ତାଲା ଭଙ୍ଗାଯାଇଛି। ପୂଜକଙ୍କଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ତୁରନ୍ତ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ଯାଞ୍ଚ ସମୟରେ ମା’ ବାଉତୀଙ୍କର ୩ଟି ସୁନା ଚିତା, ୮ଟି ରୁପା ଆଖି ଓ ପ୍ରାୟ ୫-୬ହଜାର ନଗଦ ଟଙ୍କା ଚୋରି ହୋଇଥିବା ଜଣାପଡିଥିଲା। ମାଆଙ୍କର ପ୍ରତିମାକୁ ଚୋର ଛୁଇଁନଥିବା ବେଳେ ପ୍ରତିମା ପଛପଟେ ଥିବା ଏକ ଟ୍ରଙ୍କର ତାଲାଭାଙ୍ଗି ଏହି ସବୁ ସୁନାରୂପା ସାମଗ୍ରୀ ଚୋରି ହୋଇଥିବା ଦେଖିବାକୁ ମିଳିଛି। ଘଟଣା ପ୍ରଘଟ ହେବା ପରେ ବହୁ ସ୍ଥାନୀୟ ଶ୍ରଦ୍ଧାଳୁ ମନ୍ଦିର ନିକଟରେ ପହଞ୍ଚô ଥାନା ସମ୍ମୁଖରେ ଥିବା ଏହି ମନ୍ଦିରରେ ବାରମ୍ବାର ଚୋରି ଘଟଣାରେ ପୁଲିସର ନିଷ୍କିୟତାକୁ ଦାୟୀ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଉପଜିଲ୍ଲାପାଳଙ୍କୁ ପୂଜକଙ୍କ ଲିଖିତ ଅଭିଯୋଗ ପତ୍ରକୁ ଥାନାକୁ ପଠାଇ ଘଟଣାର ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କଟକରୁ ସନ୍ଧାନୀ କୁକୁର ସହ ପୁଲିସ ବିଜ୍ଞାନୀ ଦଳ ଆସି ଘଟଣାର ତଦନ୍ତ କରିଥିଲେ ମଧ୍ୟ ଚୋର କିମ୍ବା ଚୋରି ସାମଗ୍ରୀର କୌଣସି ସନ୍ଧାନ ମିଳିନଥିବା ଜଣାପଡିଛି। ଥାନା ସମ୍ମୁଖରେ ଲାଗିଥିବା ସିସିଟିଭିରୁ ସଠିକ୍‌ ଭାବେ କିଛି ଜଣାପଡୁନଥିଲେ ମଧ୍ୟ ରାତି ପ୍ରାୟ ୧୨.୪୧ମିନିଟରେ ଏହି ଚୋରି ହୋଇଥିବା ଓ ଏଥିରେ ୩ ଜଣ ଚୋର ସଂଶ୍ଲିଷ୍ଟ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories