ବାଉଁଶୁଣି: ମହାନଦୀ ବଞ୍ଚାଅ ଆନ୍ଦୋଳନ ଆନୁକୁଲ୍ୟରେ ଵାଉଁଶୁଣୀ ମହାନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଶ୍ରୀ ଶ୍ରୀ ଭୁବନେଶ୍ଵର ବାବାଙ୍କ ମନ୍ଦିର ଘାଟରେ ନଦୀଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ କମିଟିର ବାୈଦ୍ଧ ଜିଲ୍ଲା ସଦସ୍ୟ ଉଦୟନାଥ ଶର୍ମାଙ୍କ ଆଵାହକତ୍ତ୍ୱରେ ଏହି ଆଳତି କାର୍ଯ୍ୟକ୍ରମରେ ପୁର୍ବତନ ସରପଞ୍ଚ ଶଙ୍କର ସେଠୀ, ପୁର୍ଣ୍ଣଚନ୍ଦ୍ର ବସ୍ତିଆ,କମ୍ଭୁସେଠୀ ଓ ଅନ୍ୟ ଗ୍ରାମଵାସୀ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ। ଏହା ପ୍ରତ୍ୟେକ ମାସ ସଂକ୍ରାନ୍ତିରେ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



