www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରାଣୀ କଲ୍ୟାଣ ମଂଚ ପକ୍ଷରୁ ବିଶ୍ୱ ସର୍ପ ଦିବସ ପାଳନ

ବୌଦ୍ଧ: ବୌଦ୍ଧ ପ୍ରାଣୀ କଲ୍ୟାଣ ମଂଚ ପକ୍ଷରୁ ସରସରା ସ୍ଥିତ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ୱ ସର୍ପ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମଜା ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଣ ବନ୍ଧୁ ମହାପାତ୍ର ଯୋଗଦେଇ ପରିବେଶ ସନ୍ତୁଳନ ରକ୍ଷା କରିବାରେ ସାପଙ୍କ ଭୂମିକା ସେମାନଙ୍କ ସୁରକ୍ଷା ଓ ସର୍ପ ଦଂଶନର ପ୍ରାଥମିକ ଉପଚାର ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରାଣୀ କଲ୍ୟାଣ ମଂଚର ଉପଦେଷ୍ଟା ସମୀର ସାହୁ ଯୋଗଦେଇ ସର୍ପ ପ୍ରଜାତି ତଥା ବିଷଧର ସର୍ପ ଏବଂ ସେମାନଙ୍କ ଦଂଶନରୁ କିପରି ମଣିଷ ସମାଜ ରକ୍ଷା ପାଇ ପାରିବ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ପିଲାଙ୍କ ଶିକ୍ଷା ଉପଯୋଗୀ ସର୍ପ ଦିବସ ପାଳନ ଅବସରରେ ସଚେତନାତା କାର୍ଯ୍ୟକ୍ରମ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ପ୍ରାଣୀ କଲ୍ୟାଣ ମଂଚ ବୌଦ୍ଧକୁ ଭୁୟସୀ ପ୍ରଶଂସା କରିଥିଲେ ପ୍ରଧାନ ଶିକ୍ଷୟତ୍ରୀ ପଦ୍ମଜା ପତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories