www.samajalive.in
Sunday, December 7, 2025
26.1 C
Bhubaneswar

ଘରୋଇ ଏବଂ ଶିଳ୍ପ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତିକରଣ

ସମ୍ବଲପୁର: ପଶ୍ଚିମ ଓଡିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ଏହାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ନିମନ୍ତେ ବିଦ୍ୟୁତ୍ ଭିତ୍ତିଭୂମିରେ ବୃଦ୍ଧି ତଥା ବିତରଣ ବ୍ୟବସ୍ଥାର ଉନ୍ନତି ଦିଗରେ ଆଉ ଏକ ପଦକ୍ଷେପ ହାତକୁ ନେଇଛି। ଏହି ପରିପ୍ରେକ୍ଷୀରେ, କଳାହାଣ୍ଡି ଜିଲ୍ଲାର ଘରୋଇ ଏବଂ ଶିଳ୍ପ ଉପଭୋକ୍ତାଙ୍କ ଲାଗି ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତି ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ କଲମପୁର ଠାରୁ ବଡ଼କୁଟୁରୁ ପ୍ରାଇମେରୀ ସବଷ୍ଟେସନ ପର୍ୟ୍ୟନ୍ତ ନୂତନ ୩୩ କେ.ଭି. ଲାଇନ ବିଛାଇବା ଆରମ୍ଭ କରିଛି।

ପ୍ରକାଶଥାଉ କି, ବିଦ୍ୟମାନ ୩୩ କେ.ଭି. ବିଦ୍ୟୁତ୍ ଲାଇନଟି ୧୨ କିଲୋମିଟର ଦୂରତା ବିଶିଷ୍ଟ ଘନ ଜଙ୍ଗଲ ଦେଇ ୧୩୨/୩୩ କେ.ଭି. ବାନର ଗ୍ରୀଡ ସବଷ୍ଟେସନରୁ ବିଦ୍ୟୁତ୍ ଯୋଗାଣ ପାଉଅଛି। ତେଣୁ ବିଦ୍ୟୁତ୍ ଲାଇନରେ କୌଣସି ତୃଟି ଦେଖାଦେଲେ ମରାମତି ପାଇଁ ଦୀର୍ଘ ସମୟ ଲାଗୁଥିବାରୁ ଏହା ନିରବଚ୍ଛିନ୍ନ ବିଦ୍ୟୁତ୍ ସେବାରେ ବାଧା ସୃଷ୍ଟି କରୁଛି।

- Advertisement -

ତେଣୁ କମ୍ପାନୀ ପକ୍ଷରୁ କଲମପୁର ଠାରୁ ବଡ଼କୁଟୁରୁ ପ୍ରାଇମେରୀ ସବଷ୍ଟେସନ ପର୍ୟ୍ୟନ୍ତ ଆଉ ଏକ ୩୩ କେ.ଭି. ଫିଡର ଲାଇନ ବିଛାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନୂତନ ୩୩ କେ.ଭି ବିଦ୍ୟୁତ୍ ଲାଇନ କାର୍ୟ୍ୟକ୍ଷମ ହେବା ଦ୍ୱାରା କଲମପୁରର ଏବଂ ବଡ଼କୁଟୁରୁ ବ୍ଲକର ଦେପୁର, କଲମପୁର, ପାଣ୍ଡିଆଗାଁ, ହେରାମାଲ, ବନ୍ଧକେନା, ପାଇକେନ୍ଦୁମୁଣ୍ଡି ଆଦି ଅଞ୍ଚଳର ପ୍ରାୟ ୭୦୦୦ ଘରୋଇ ଉପଭୋକ୍ତାଙ୍କ ସହ ଉକ୍ତ ଅଞ୍ଚଳର ଅନେକ ମଧ୍ୟମ ଏବଂ ବୃହତ ଶିଳ୍ପ ଉପଭୋକ୍ତା ଉପକୃତ ହେବେ।

ଏହି ଅବସରରେ ଟିପିଡବ୍ଲୁଓଡିଏଲ୍ ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲାରେ ବିଦ୍ୟୁତ୍ ଭିତ୍ତିଭୂମିର ଆଧୁନିକୀକରଣ ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେଇ ଆମେ ଉତ୍ସାହିତ। ଉଭୟ ଘରୋଇ ଏବଂ ଶିଳ୍ପ ଉପଭୋକ୍ତାଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ଆମେ କେବଳ ଯେ, କଳାହାଣ୍ଡିବାସୀଙ୍କ ପାଇଁ ଉନ୍ନତମାନର ବିଦ୍ୟୁତ୍ ସେବା ସୁନିଶ୍ଚିତ କରୁ ନାହୁଁ ବରଂ ଏହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସମୃଦ୍ଧତାକୁ ମଧ୍ୟ ବୃଦ୍ଧି କରୁଛୁ। ଏହି ପ୍ରକଳ୍ପ ପାଇଁ କମ୍ପାନୀ ୪.୬୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରଖିଥିବା ବେଳେ ଏହି ଉନ୍ନତିକରଣ କାର୍ୟ୍ୟ ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories