ଦୁଇ ଦିନିଆ ଡାକ ମେଳା ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପବିଙ୍ଗିଆ ପଞ୍ଚାୟତ ଲାମପଦର ଗାଁରେ ଡାକ ମେଳା ବା ୨ ଦିନିଆ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି ଡାକ ମେଳା ଓ ସଚେତନ କର୍ମଶାଳାରେ ଫୁଲବାଣୀ ଡାକ ଅଧିକ୍ଷକ ସୁଧାଂଶୁ ଶେଖର ପାଢ଼ୀ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସହାୟକ ଡାକ ଅଧିକ୍ଷକ ମନୋଜ କୁମାର ବେହେରା, ସହକାରୀ ପ୍ରବନ୍ଧକ ଭୋଳା ନାଥ ବିଶ୍ୱାଳ ଓ ପବିଙ୍ଗିଆ ପଞ୍ଚାୟତର ୧୫ରୁ ଅଧିକ ଗାଁର ଜନସାଧାରଣ ଯୋଗ ଦେଇଥିଲେ। କର୍ମଶାଳାରେ ଡାକ ବିଭାଗର ସଂଚୟ ଖାତା, ବୀଣା, ଭତା, କାଳିଆ ଯୋଜନା ମହିଳା ସଂମାନ ସଞ୍ଚୟ ପରିଚୟ ପତ୍ର, ସୁକନ୍ୟା ଯୋଜନା ଖାତା, ଆରଡ଼ି ଖାତା ଓ ବୀମା ଯୋଜନା ସହ ବିଭାଗର ସମସ୍ତ ସୁବିଧା ବିଷୟରେ ଉପସ୍ଥିତ ଅଧିକାରୀ ମାନେ ବୁଝାଇ ଥିଲେ।

Comments are closed.