ସାଂସଦ ପ୍ରାର୍ଥୀଙ୍କ ବାଙ୍କୀ ନିର୍ବାଚନ ମଣ୍ଡଳୀ ଗସ୍ତ

କଳାପଥର (ବାଙ୍କୀ): କଟକ ଲୋକସଭା ବିଜେପି ସାଂସଦ ପାର୍ଥୀ ଭର୍ତ୍ତୁହରି ମହତାବ ଆଜି ବାଙ୍କୀ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିଲେ। ଜାତମୁଣ୍ଡିଆ ଛକ ଠାରୁ ସେ ଏକ ବିରାଟ ଶୋଭାଯାତ୍ରାରେ ଖୋଲାଗାଡ଼ିରେ କରବର, ଶିମିଳିପୁର, ହରିରାଜପୁର, ଚକାପଦା, ଶିଶୁଆ, ବେଦପୁର, ଖମାରଙ୍ଗ ଦେଇ ବାଙ୍କୀ ସହର ପରିକ୍ରମା କରି ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ପୀଠକୁ ଯାଇଥିଲେ। ତାଙ୍କ ସହିତ ବାଙ୍କୀ ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଉପସ୍ଥିତ ରହି ମା’ଚର୍ଚ୍ଚିକାଙ୍କୁ ଦର୍ଶନ କରିବା ସହ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହାପରେ କଲେଜ ରୋଡସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ କର୍ମୀମାନଙ୍କ ସମାବେଶ ଅନୁଷ୍ଠିତ ହୋଇଥିଲା।

Comments are closed.