ବୌଦ୍ଧ: ଜଳ ସମ୍ପଦ ବିଭାଗ ଓଡ଼ିଶା ସରକାରଙ୍କ ପାଣିପଞ୍ଚାୟତ ପକ୍ଷ ପାଳନ ଅବସରରେ ବୌଦ୍ଧ ଜଳସେଚନ ବିଭାଜନ ପକ୍ଷରୁ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ଠାରେ ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ନରେଶ କୁମାର ବାରିକ୍ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥ ଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜଳସେଚନ ଉପରେ ଗୁରୁତ୍ୱ ଦେବା ସହ ଜଳ ସଂରକ୍ଷଣ ଓ ପାଣିପଞ୍ଚାୟତ ଜରିଆରେ ଏହାର ସୁବିନିଯୋଗ କରି ଜିଲାରେ କୃଷିର ଉନ୍ନତି ସକାଶେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲାପାଳ ଦାରିଦ୍ୟଭଞ୍ଜନ ମଦନ ମୋହନ ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
Popular Categories



