www.samajalive.in
Tuesday, December 9, 2025
16.1 C
Bhubaneswar

ଓଡ଼ିଶା ଲକ୍‌ଡାଉନ: ଜାଣନ୍ତୁ, କେଉଁ ଦୋକାନ ଖୋଲିବ, କି ସେବା ଜାରି ରହିବ

ଭୁବନେଶ୍ଵର: ରାଜ୍ୟ ସରକାର ମଙ୍ଗଳବାର ସାରା ଓଡ଼ିଶାକୁ ଲକଡାଉନ ଘୋଷଣା କରିଛନ୍ତି। ଆଜି ମଧ୍ୟରାତ୍ରିରୁ ଆସନ୍ତା ୨୯ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ୩୦ଟି ଯାକ ଜିଲା ଲକ୍‌ଡାଉନ ହେବ। ତେବେ ଏହି ସମୟରେ ଲୋକମାନେ କିପରି ନିଜର ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ କେମିତି ଦୋକାନକୁ ଲୋକମାନେ ଯାଇ ସାମଗ୍ରୀ ଆଣିବେ ସେ ନେଇ ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି। ଏପରି କି ଲକ୍‌ଡାଉନ ସମୟରେ କେଉଁ ଦୋକାନ ଖୋଲା ରହିବ ଏବଂ କି ସେବା ଜାରି ରହିବ ସେନେଇ ସରକାର ସ୍ପଷ୍ଟ କରିଛନ୍ତି।

ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀଙ୍କ ସୂଚନା ଅନୁସାରେ, ଲକ୍‌ଡାଉନ ସମୟରେ ଡାକ୍ତରଖାନା, କ୍ଲିନିକ, ପାଥୋଲାବ୍‌, ଔଷଧ ଦୋକାନ ପରି ଅତ୍ୟାବଶ୍ୟକ ସେବା ସମେତ ପୁଲିସ, ଅଗ୍ନିଶମ, ସ୍ବାସ୍ଥ୍ୟ, ଓଡ୍ରାଫ, ବିଦ୍ୟୁତ, ପାଣି, ମ୍ୟୁନିସିପାଲଟି ସେବା ଏବଂ କରୋନା ପ୍ରତିହତ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ନିଜ ନିଜ କାର୍ଯ୍ୟ ଜାରି ରଖିବେ।

- Advertisement -

ବ୍ୟାଙ୍କ ଓ ଏଟିଏମ ସାଙ୍ଗକୁ ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିବ। ବ୍ୟାଙ୍କଗୁଡ଼ିକ ଜିଲାପାଳଙ୍କ ପରାମର୍ଶରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ। ଏଟିଏମଗୁଡ଼ିକରେ ପର୍ଯ୍ୟାପ୍ତ ଟଙ୍କା ମହଜୁଦ ରଖିବେ।

ଫଳ, କ୍ଷୀର, ପାଉଁରୁଟି, ବିସ୍କୁଟ, ବେକରୀ, ସଉଦା ଦୋକାନ, ପନିପରିବା, ମାଛ, ମାଂସ ଦୋକାନ ସହିତ କ୍ଷୀର ବୁଥ(ଚା’ ଓ କଫି ଭଳି ଅନ୍ୟାନ୍ୟ ପାନୀୟ ସୁବିଧା ବ୍ୟତୀତ) ଖୋଲା ରହିବ।

ଲକ୍‌ଡାଉନ ସମୟରେ ପରିବାରର ଜଣେ ସଦସ୍ୟ ଦୈନିକ ଥରେ ମାତ୍ର ନିକଟସ୍ଥ ଦୋକାନକୁ ଯାଇ ସର୍ବନିମ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ଏବଂ ରାସ୍ତାକୁ ଗାଡ଼ି ଧରି ନ ବାହାରିବା ପାଇଁ ବାଗ୍‌ଚୀ ଅନୁରୋଧ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories