ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପୂରା ଦେଶ ଲକ୍ଡାଉନ ହୋଇଛି। ବଲିଉଡ୍ ଅଭିନେତା ଓ ଅଭିନେତ୍ରୀମାନେ ଆଇସୋଲେଶନରେ ଅଛନ୍ତି। ଏହି ସମୟରେ ସେମାନେ ସୋସିଆଲ ମିଡିଆରେ ନିଜର ଦୈନନ୍ଦିନ ଜୀବନଚର୍ଯ୍ୟା ବିଷୟରେ ଟିକିନିଖି ତଥ୍ୟ ଦେଉଛନ୍ତି। ଏହା ମଧ୍ୟରେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନିଜ ଇନ୍ଷ୍ଟାଗ୍ରାମରେ ପ୍ରତିଦିନ କିଛି ନା କିଛି ପୋଷ୍ଟ କରୁଛନ୍ତି। କ୍ୟାଟ୍ରିନା ପୂର୍ବରୁ ଗିଟାର ବଜାଉଥିବାର ଭିଡିଓ ପୋଷ୍ଟ କରିଥିବାବେଳେ ଏବେ ଘରେ ବାସନ ମାଜୁଥିବା ନଜର ଆସିଛନ୍ତି। ବାସନ ମାଜିବା ସମୟର ଭିଡିଓକୁ ସେ ଶେୟାର କରିବା ସହିତ କିପରି ବାସନ ଧୁଆଯାଏ ସେ ବିଷୟରେ ଶିଖାଉଛନ୍ତି। ଏହା ସହିତ ବାସନ ଧୋଇବା ସମୟରେ କିପରି ପାଣି ନଷ୍ଟ କରିବେ ନାହିଁ ସେ ନେଇ ମଧ୍ୟ ସେ ବାର୍ତ୍ତା ଦେଇଛନ୍ତି।
https://www.instagram.com/p/B-FEZmEBq73/?utm_source=ig_web_copy_link



