ଡେସ୍କ: ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ ଟମାଟୋ ଫ୍ଲୁ ଆତଙ୍କିତ ହେବା ଭଳି ରୋଗ ନୁହେଁ। ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ଏହି ରୋଗରେ ଆରୋଗ୍ୟ ହାର ୯୯%ରୁ ଅଧିକ ରହିଛି। ତେଣୁ ଏହି ରୋଗରେ ମୃତ୍ୟୁ ସଂଖ୍ୟା ବହୁତ କମ୍। ଏହି ରୋଗରେ ଆକ୍ରାନ୍ତ ହେଲେ ରୋଗୀ ଏକ ସପ୍ତାହ ମଧ୍ୟରେ ସୁସ୍ଥ ହୋଇଯାଏ। ସେ କହିଛନ୍ତି ଯେ ଯଦି ପିଲା ଏଥିରେ ଆକ୍ରାନ୍ତ ହୁଅନ୍ତି ସେ କ୍ଷେତ୍ରରେ ସେମାନଙ୍କୁ ଆଇସୋଲେସନରେ ରଖି ଲକ୍ଷଣ ଅନୁସାରେ ଔଷଧ ଦିଆଯିବ ଆବଶ୍ୟକ।
Popular Categories



