ଭୁବନେଶ୍ଵର: ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ନିଯୁକ୍ତି ରଦ୍ଦ ହୋଇଛି। ନିଯୁକ୍ତିକୁ ରଦ୍ଦ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି। ଆଗକୁ ନୂଆ କୁଳପତି ନିଯୁକ୍ତି ନେଇ ନୂଆ ଅଧ୍ୟାଦେଶ ଅଣାଯିବ। ବୁଧବାର ଏନେଇ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ।
ସୂଚନାଯୋଗ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତି ନିଯୁକ୍ତି ବିରୋଧରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ନିଯୁକ୍ତିକୁ ବେଆଇନ୍ ଦର୍ଶାଇ ଆଇନଜୀବୀ ପ୍ରବୀର ଦାସ ହାଇକୋର୍ଟରେ ମାମଲା ଦାୟର କରିଥିଲେ।



