www.samajalive.in
Sunday, December 7, 2025
16.1 C
Bhubaneswar

ଜିଲାସ୍ତରୀୟ ଓଡ଼ିଶା ଦିବସ: ପ୍ରତ୍ୟେକ ଓଡ଼ିଆ ନିଜ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଗର୍ବ କରନ୍ତୁ

କେନ୍ଦୁଝରଗଡ଼: ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁପାଳନ ପୂର୍ବକ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଦରବାର ହଲଠାରେ ଜିଲାସ୍ତରୀୟ ୮୯ତମ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଅତିଥିମାନେ ଓଡ଼ିଆ ଭାବେ ଗର୍ବ କରିବା ସହ ମାତୃଭୂମି ଓ ମାତୃଭାଷାକୁ ଭଲ ପାଇବାକୁ ଆହ୍ୱାନ ଜଣାଇଛନ୍ତି। ଅତିରିକ୍ତ ଜିଲାପାଳ ଯଦୁମଣି ମହଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ଅତିଥି ଭାବେ ଯୋଗଦେଇ ଓଡ଼ିଆ ଜାତିର ସ୍ୱାଭିମାନକୁ ସର୍ବଦା ବଜାୟ ରଖିବା ନିମନ୍ତେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଜଣାଇଥିଲେ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତ୍ୟାଗ ଓ ବଳିଦାନ କରିଥିବା ଉତ୍କଳର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ସମୃଦ୍ଧ ଓଡ଼ିଶା ଗଠନ ନିମନ୍ତେ ଅଙ୍ଗୀକାରବଦ୍ଧ ହେବାକୁ ଶ୍ରୀ ଧନରାଜ ଆହ୍ୱାନ ଜଣାଇଥିଲେ। ଭାଷଣପ୍ରସଙ୍ଗରେ ଉତ୍କଳର ପୂର୍ବ ଗୌରବ, ପୂର୍ବ ମହିମାକୁ ମନେ ପକାଇ ନିଜ ମା’ ମାଟିକୁ ଓ ଜାତିକୁ ଭଲ ପାଇଲେ ଓଡ଼ିଶାର ଓ ଓଡିଆ ମାନଙ୍କର ମର୍ଯ୍ୟାଦା ବିଶ୍ୱ ଦରବାରରେ ବୃଦ୍ଧି ପାଇବ ବୋଲି କହିଥିଲେ। ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ନିଜ ଅଭିଭାଷଣରେ ଓଡ଼ିଶାର ପ୍ରାଚୀନ କଳା ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ମନେପକାଇ ଭବିଷ୍ୟତରେ କିପରି ଏହାକୁ ଅଧିକ ଋଦ୍ଧିମନ୍ତ କରିହେବ ସେଥିପାଇଁ ଚିନ୍ତା କରିବା ସମୟ ଆସିଛି ବୋଲି କହିଥିଲେ। ଓଡ଼ିଶାରେ ସାଂସ୍କୃତିକ ବିବିଧତା ରହିଥିଲେ ମଧ୍ୟ ସାଂସ୍କୃତିକ ଐକ୍ୟ ପ୍ରତିଷ୍ଠା ହୋଇପାରିଛି ଯାହାକି ଓଡ଼ିଶାର ଭୂଷଣ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। ସଂସ୍କୃତି ଗୋଟିଏ ଜାତିର ଆଧାର ଓ ସମାଜର ଭିତ୍ତିଭୂମି। ସଂସ୍କୃତି ଓ ଭାଷା ସମୃଦ୍ଧ ହେଲେ ରାଜ୍ୟ ସମୃଦ୍ଧ ହେବ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦିଲ୍ଲୀପ କୁମାର ନାୟକ, ଉପଜିଲାପାଳ କେନ୍ଦୁଝର ତ୍ରିଲୋଚନ ମହାନ୍ତି, ଜିଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହା କହିଥିଲେ। ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ପ୍ରାରମ୍ଭରେ ସ୍ୱାଗତଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମକୁ ସଞ୍ଚାଳନା କରିବା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସମାରୋହରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସକାଳେ ସହରରେ ଅବସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ଅତିଥିଗଣ ମାଲ୍ୟାର୍ପଣ କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories