www.samajalive.in
Tuesday, December 9, 2025
17.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଫୋନୀ ପ୍ୟାକେଜ ୧୬୦୦ କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ୧୬୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ପ୍ରଥମ ଥର ପାଇଁ ପାନ ଚାଷୀଙ୍କ ପାଇଁ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ସହ ଛତୁ ଚାଷୀଙ୍କୁ ୟୁନିଟ୍‍ ପିଛା ୪୦ ହଜାର ଟଙ୍କା, କଦଳୀ ଚାଷୀଙ୍କୁ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ।

କୃଷି ଇନପୁଟ୍‍ ସବସିଡ଼ ବାବଦରେ ଅଣ ଜଳସେଚିତ ଅଞ୍ଚଳ ପାଇଁ ୬ ହଜାର ୮୦୦ ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା ଏବଂ ନିତିଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ଦିଆଯିବ। ସେହିପରି ବାତ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୧ ଲକ୍ଷ ପନିପରିବା କିଟସ ଯୋଗାଇ ଦିଆଯିବ। ଗୃହପାଳିତ ପଶୁମାନଙ୍କ କ୍ଷେତ୍ରରେ ମୃତ୍ୟୁବରଣ କରିଥିବା ଦୁଧିଆଳି ଗାଈ ଓ ମଇଁଷି ବାବଦକୁ ୩୦ ହଜାର ଟଙ୍କା, ଗଧ, ଖଚର, ଅଣ୍ଢିରା ମଇଁଷି ପାଇଁ ୨୫ ହଜାର ଟଙ୍କା, ଛେଳି ଓ ମେଣ୍ଢା ପିଛା ୩ ହଜାର ଟଙ୍କା ସହାୟତା ରାଶି ଦିଆଯିବ। ଗୃହପାଳିତ ପଶୁ ରହୁଥିବା ଗୁହାଳ ପାଇଁ ୫୦ ହଜାର ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ସହାୟତା ଦିଆଯିବ।

- Advertisement -

ଡଙ୍ଗା ନଷ୍ଟ ହୋଇଥିବା ମତ୍ସ୍ୟଜୀବି ମାନଙ୍କୁ ୪୦ ହଜାର ଟଙ୍କା ଏବଂ ଜାଲ ପାଇଁ ୧୦ ହଜାର ଟଙ୍କା ଯୋଗାଇ ଦିଆଯିବ। ଏହା ବ୍ୟତୀତ ମତ୍ସ୍ୟଜୀବିମାନଙ୍କୁ ହେକ୍ଟର ପିଛା ୧୨ ହଜାର ୨୦୦ ଟଙ୍କା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅତିରିକ୍ତ ସିଡ଼୍‍ ମନି ଆକାରରେ ୧୦ ହଜାର ଟଙ୍କା ଦିଆଯିବ। ଗୋଷ୍ଠୀ ବିନିଯୋଗ ପାଣ୍ଠିରୁ ପ୍ରତ୍ୟେକ କ୍ଷତିଗ୍ରସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ ହୋଇଥିବା ଘରୋଇ ବ୍ୟବହୃତ ସାମଗ୍ରୀ ଉତ୍ପାଦକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories