www.samajalive.in
Monday, December 8, 2025
20.1 C
Bhubaneswar

ଚନ୍ଦ୍ରଶେଖରଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ କାଏମ

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଙ୍ଘର ପୂର୍ବତନ ଅଧ୍ୟକ୍ଷ ଚନ୍ଦ୍ରଶେଖର ହତ୍ୟାକାଣ୍ଡ ମାମଲାରେ ପାଟଣା ହାଇକୋର୍ଟ ୪ଜଣ ହତ୍ୟାକାରୀ ପାଇଥିବା ଆଜୀବନ କାରାଦଣ୍ଡ ଅପରିବର୍ତ୍ତିତ ରଖିଛନ୍ତି। ଦୁଇ ଥର ଜେଏନୟୁ ଛାତ୍ରସଂଘର ଅଧ୍ୟକ୍ଷ ଥିବା ଚନ୍ଦ୍ରଶେଖରଙ୍କ ୧୯୯୭ ମାର୍ଚ୍ଚ ୩୧ରେ ବିହାରର ସିଵାନ ସହରରେ ଏକ ସଭାରେ ଭାଷଣ ଦେଉଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ସେଥିରେ ସିପିଆଇ (ଏମଏଲ) ଜିଲ୍ଲା କମିଟି ସଦସ୍ୟ ଶ୍ୟାମ ନାରାୟଣ ଯାଦବଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା

ଏହି ମାମଲାରେ ସିବିଆଇ କୋର୍ଟ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସେହି ଅଭିଯୁକ୍ତମାନେ ହେଉଛନ୍ତି ଧ୍ରୁବ କୁମାର ଜୟସ୍ବାଲ, ଇଲିଆଶ ୱାରିଷ, ଶେଖ ମୁନ୍ନା ଓ ରୁସ୍ତମ ଖାଁ। ପାଟଣା ହାଇକୋର୍ଟ ଏହି ମାମଲାରେ ୫୬ ପୃଷ୍ଠା ସମ୍ବଳିତ ନିଜ ରାୟରେ ସିବିଆଇ କୋର୍ଟର ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି। ୨୦୧୨ ନଭେମ୍ବରରେ ସିବିଆଇ କୋର୍ଟ ସମ୍ପୃକ୍ତ ୪ଜଣକୁ ଆଜୀବନ କାରାଦଣ୍ଡ ସହ ଜୋରିମାନା କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories