www.samajalive.in
Monday, December 8, 2025
14.1 C
Bhubaneswar

‘ଫନି’ ପୁନଃନିର୍ମାଣ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କର ପ୍ରମୁଖ ଭୂମିକା ରହିବ : ଧର୍ମେନ୍ଦ୍ର ପ୍ରଧାନ

-କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ, ଗୃହ ସଚିବ, ଶକ୍ତି ସଚିବ, ଟେଲିକମ୍‍ ସଚିବଙ୍କ ଭଳି ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା ବୈଠକ
-ରାଜ୍ୟ ସରକାର ନିଜର ପୂର୍ଣାଙ୍ଗ ଦାବିପତ୍ର ପଠାଇବା ପୂର୍ବରୁ ପରମ୍ପରାକୁ ଭାଙ୍ଗି ଭାରତ ସରକାରଙ୍କର ପ୍ରତିନିଧି ଦଳ  ଓଡିଶାରେ ପହଁଚିବେ
-ରାଜ୍ୟ ସରକାରଙ୍କ ଆଶା ଅନୁସାରେ ଭାରତ ସରକାର ଦାୟିତ୍ୱ ନେବେ
-ବାତ୍ୟା ଫନି ପ୍ରଭାବିତ ଅଂଚଳରେ ଅଧିକାଂଶ ସ୍ଥାନରେ କାଓ, ମୋବାଇଲ ଏଟିଏମ୍‍ ଲଗାଯିବା ଉପରେ ନିଷ୍ପତ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର : ‘ଫନି’ ପୁନଃନିର୍ମାଣ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଭୂମିକା ରହିବ। ଓଡିଶାର ପୁନଃନିର୍ମାଣ ପାଇଁ ଭାରତ ସରକାରଙ୍କ ଅଧିକାରୀ ମାନେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ କାନ୍ଧକୁ କାନ୍ଧ
ମିଳାଇ କାମ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ
କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ, ଗୃହ ସଚିବ, ଶକ୍ତି ସଚିବ, ଟେଲିକମ୍‍ ସଚିବଙ୍କ ଭଳି
ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା ବୈଠକ ପରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡିଶା ଆସି ରାଜ୍ୟ ପାଇଁ ମ୍ୟାନ୍‍ , ମନି, ମେସିନର ଅଭାବ ରହିବ
ନାହିଁ ବୋଲି କହି ରାଜ୍ୟବାସୀଙ୍କୁ ଆଶ୍ୱସ୍ତି କରିଥିଲେ। ସେ ସମ୍ପର୍କରେ ଅଗ୍ରଗତି ନେଇ ହୋଇଥିବା ଯୋଜନା ଉପରେ ଆଜି
ଆଲୋଚନା ହୋଇଥିଲା।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟ ସରକାର ନିଜର ପୂର୍ଣାଙ୍ଗ ଦାବିପତ୍ର ପଠାଇବା ପୂର୍ବରୁ ପରମ୍ପରାକୁ ଭାଙ୍ଗି ଭାରତ
ସରକାରଙ୍କର ସମୀକ୍ଷା ପ୍ରତିନିଧି ଦଳ ଓଡିଶାରେ ପହଞ୍ଚିବେ। ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ
କେନ୍ଦ୍ରୀୟ ଟିମ୍‍ ୧୩ ରୁ ୧୫ ତାରିଖ ମଧ୍ୟରେ ସମୀକ୍ଷା କରିବେ । ରାଜ୍ୟ ସରକାରଙ୍କ ଆଶା ଅନୁସାରେ ଭାରତ
ସରକାର ଦାୟିତ୍ୱ ନେବେ। ଭାରତ ସରକାରଙ୍କ ଅଧିକାରୀ ମାନେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ନିରନ୍ତର
ଯୋଗାଯୋଗରେ ରହିଛନ୍ତି।
ଶକ୍ତି ସଚିବଙ୍କ ନେତୃତ୍ୱରେ ଟେଲିକମ୍‍ ସଚିବ, ବ୍ୟାଙ୍କ ସଚିବ ଓଡିଶା ଆସିବା ପାଇଁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି ବୋଲି କହିଛନ୍ତି ।  ପୁରୀ, ଖୋର୍ଧା, କଟକ ଜିଲା ବିଶେଷ କ୍ଷତିଗ୍ରସ୍ତ ହୋଇଛି। ବ୍ଲକ ଓ ସହର ତଥା ଗ୍ରାମାଞ୍ଚଳରେ ବିଜୁଳି କାମରେ ଏନଟିପିସି ଓ ପିଜିସିଏଲ ପରି କମ୍ପାନୀକୁ ପନଃରୁଦ୍ଧାର କାମରେ ଲଗାଇବା ପାଇଁ ପ୍ରସ୍ତାବ ଦେଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ବାତ୍ୟା ଫନି ପ୍ରଭାବିତ ଅଂଚଳରେ ଅଧିକାଂଶ ସ୍ଥାନରେ ମୋବାଇଲ ଟେଲିଫୋନ ଟାୱାର (କାଓ),
ମୋବାଇଲ ଏଟିଏମ୍‍ ଲଗାଯିବା ଉପରେ ନିଷ୍ପତି ନିଆଯାଇଛି । ଏହି ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ମିଶି କାର୍ଯ୍ୟର କ୍ରିୟାନ୍ୱୟନ କରିବେ। ବୀମା କମ୍ପାନୀ ମାନେ ନିରୀକ୍ଷଣ କରି ଦାବି ସଂପର୍କରେ କିପରି ଶୀଘ୍ରରୁ ଅତି ଶୀଘ୍ର  ସମାଧାନ ହେବ ତା ଉପରେ ଆଲୋଚନା କରାଯାଇଛି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ନଡିଆ, ଗୁଆ, କାଜୁ, ଉଦ୍ୟାନ କୃଷି, ପଶୁସମ୍ପଦ, ଧାନ ଚାଷୀ, ଖୁଚୁରା ଦୋକାନୀ ଯେଉଁମାନେ ଋଣ ନେଇଛନ୍ତି ତାହା କିପରି ସରଳୀକରଣ ହେବ ଏବଂ ଯେଉଁମାନେ ଋଣ ନେବେ ତାଙ୍କୁ କିପରି କମ୍‍ ସୁଧରେ ଋଣ ମିଳିପାରିବ ଏହା ଉପରେ ଜୋର ଦିଆଯାଇଛି। ଏନେଇ ଗାଇଡଲାଇନ କରି କାମ କରିବା ପାଇଁ ମଧ୍ୟ ସେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କୁ ଅନୁରୋଧ କରିଛନ୍ତି ବୋଲି କହିଛନ୍ତି।
ବାତ୍ୟା ଦ୍ୱାରା ଭୁବନେଶ୍ୱର ଓ ପୁରୀରେ ହୋଟେଲ କ୍ଷତିଗ୍ରସ୍ତ ହୋଇଛି । ବିଶେଷ କରି ପୁରୀ ସହର ହୋଟେଲ ଗୁଡିକ ବିଶେଷ କ୍ଷତି ହୋଇଛି । ଏହାର ବୀମା ଦାବି ସହ ନୂଆ ଋଣ ପାଇଁ ନୂତନ ଦିଗ  ଉପରେ ଆଲୋଚନା ହୋଇଛି। ଏ ଗୁଡିକ ବାତ୍ୟା ପରର ଓଡିଶାର ଅର୍ଥନୀତି ପାଇଁ ପ୍ରମୁଖ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ  କହିଛନ୍ତି ।
ଏଥିସହ ରାଜ୍ୟକୁ କିପରି ଅଧିକ ଘର, ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ, ସଂସ୍କୁତି, ପର୍ଯ୍ୟଟନ, ଶିକ୍ଷା ବିଭାଗ ଅଧିକ ସମନ୍ୱୟ
କରି ଓଡିଶାର ପୁନଃନିର୍ମାଣରେ ଭାରତ ସରକାରଙ୍କ ଏକ ପ୍ରଭାବାାଳୀ ଭୂମିକା ରହିବ ତାହା ଉପରେ ଆଲୋଚନା ହୋଇଥିବା କଥା ଶ୍ରୀ ପ୍ରଧାନ କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories