www.samajalive.in
Wednesday, November 12, 2025
27.1 C
Bhubaneswar

ମୁକ୍ତିଲାଭ କରିବ ବହୁ ପ୍ରତିକ୍ଷିତ ସିନେମା ‘ଚ୍ୟାଲେଞ୍ଜ’, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲା ପୁରା ଟିମ୍

ବ୍ରହ୍ମପୁର: ମୁକ୍ତିଲାଭ କରିବ ବହୁ ପ୍ରତିକ୍ଷୀତ ଓଡ଼ିଆ ସିନେମା ଚ୍ୟାଲେଞ୍ଜ । ସେଥିପାଇଁ ଶ୍ରୀମନ୍ଦିରରେ ‘ଚ୍ୟାଲେଞ୍ଜ’ ଟିମ୍ ପହଞ୍ଚି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିଷ ଭିକ୍ଷା କରିଥିଲେ l ‘ଚ୍ୟାଲେଞ୍ଜ’ ହେଉଛି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଯାହା ପ୍ରଥମଥର ପାଇଁ କଳା ତଥା ରେଶମ ସହର ବ୍ରହ୍ମପୁରର କାହାଣୀ ଉପରେ ଅଧାରିତ । ତେଣୁ ରୁକ୍ମଣୀ ପ୍ରେକ୍ଷାଳୟରେ ହେବ ଏହାର ପ୍ରିମିଅର ଶୋ l ସେଥିପାଇଁ ବ୍ରହ୍ମପୁର ସହରବାସୀ ବେଶ ଆନନ୍ଦିତ ଅଛନ୍ତି l ସାରା ଓଡ଼ିଶାରେ ୫୦ ଟି ପ୍ରେକ୍ଷାଳୟରେ ଏକାସାଙ୍ଗରେ ୧୫୦ଟି ଶୋ ଚାଲିବ l ସୁପରଷ୍ଟାର ଅର୍ଦ୍ଧେନ୍ଦୁ ସାହୁ ଏବଂ ଅଭିନେତ୍ରୀ ଲିପି ମହାପାତ୍ର ବ୍ରହ୍ମପୁର ସହର ବାସିନ୍ଦା ହୋଇଥିବାରୁ ତାଙ୍କ ଫ୍ୟାନ୍ସ ମାନଙ୍କ ଭିତରେ ବହୁତ ଆଗ୍ରହ ରହିଛି l
ସୁପରଷ୍ଟାର ଅର୍ଦ୍ଧେନ୍ଦୁ ସାହୁ, ନାୟିକା ଏଲିନା ସାମନ୍ତରାୟ, ନିର୍ଦ୍ଦେଶକ ସାଇ କିରଣ ମଙ୍ଗରାଜ, କ୍ୟାମେରା ମ଼୍ୟାନ ପ୍ରତାପ ଚନ୍ଦ୍ର ରାଉତ,ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ,  ଭୂପିନ୍ଦର ସିଂହ, ଲିପି ମହାପାତ୍ର ଓ ବିଭାସ ପ୍ରମୁଖ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।
ଅନ୍ୟ ପଟେ ବଲିଉଡର ସେଇ ଖ୍ୟାତନାମା କଳାକାର ପୁନିତ ଇଶାର ଓରଫ ଦୁର୍ଯ୍ୟୋଧନଙ୍କୁ ଦେଖିବାକୁ ଦର୍ଶକ ଚାହିଁ ରହିଛନ୍ତି l ସୁପର ଆକ୍ସନ, ଭରପୁର ଫାମିଲି ଡ୍ରାମା ସାଙ୍ଗକୁ ଜବରଦସ୍ତ ଗୀତର ମଜା ନେବେ ଦର୍ଶକ l ଦଶହରାରେ ଓଡିଆ ଫିଲ୍ମ ‘ଚ୍ୟାଲେଞ୍ଜ’ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛି l

Hot this week

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

Related Articles

Popular Categories