www.samajalive.in
Friday, December 5, 2025
27.1 C
Bhubaneswar

ଚିନ୍ତାକଳ୍ପ : ଅନ୍ତରଙ୍ଗତାର ଶେଷ ପରିଣାମ

ଦୈତ୍ୟରାଜ ବୃଷପର୍ବାଙ୍କ କନ୍ୟା ଥିଲେ ଶର୍ମିଷ୍ଠା ଓ ଦେବଯାନୀ ଥିଲେ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା। ବୃଷପର୍ବାଙ୍କ ନିକଟରେ ପିତା ରହୁଥିବା କାରଣରୁ​ ଦେବଯାନୀ ଓ ଶର୍ମିିଷ୍ଠାଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା। ଦୁହିଁଙ୍କ ମଧ୍ୟରେ ଅନ୍ତରଙ୍ଗତା ଯେ ସାମାନ୍ୟ ଘଟଣାକୁ ନେଇ ଶତ୍ରୁତାରେ ପରିଣତ ହେବ ତାହା ଦେବଯାନୀ ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ। ନିବିଡ଼ ସମ୍ପର୍କକୁ ଜଳାଞ୍ଜଳି ଦେଇ ବାନ୍ଧବୀ ଶର୍ମିଷ୍ଠା ନିଜ ବଡ଼ପଣ ଜାହିର କରିବାକୁ ଯାଇ ଅବିଶ୍ବସନୀୟ ଶାସ୍ତି ଦେଇଥିଲେ ଦେବଯାନୀଙ୍କୁ ଏକ ମାମୁଲି ପ୍ରସଙ୍ଗରେ। ଦୁହେଁ ଏକତ୍ର ସ୍ନାନ କରିବାକୁ ଯାଇଥିଲେ। ଅଜାଣତରେ ଶର୍ମିଷ୍ଠାଙ୍କ ଶାଢ଼ି ପରିଧାନ କରିଦେଇଥିଲେ ଦେବଯାନୀ। ଏଥିରେ ଭୟଙ୍କର ଉତ୍‌କ୍ଷିପ୍ତ ହୋଇ ଶର୍ମିଷ୍ଠା, ନିଷ୍ଠୁରତାର ଚରମସୀମାକୁ ଯାଇ ଏକ କୂଅ ମଧ୍ୟରେ ଦେବଯାନୀଙ୍କୁ ପକାଇ ଦେଇ ଘରକୁ ଚାଲିଆସିଥିଲେ। ବିଧିର ନିର୍ଦେଶ ଥିଲା ଭିନ୍ନ ପ୍ରକାର। ଏହି ସମୟରେ ମୃଗୟା ଉଦ୍ଦେଶ୍ୟରେ ଆସିଥିବା ନହୁଷ ରାଜାଙ୍କ ପୁତ୍ର ଯଯାତି ସେହି ବାଟ ଦେଇ ଯାଉଥିବା ସମୟରେ କୂପ ମଧ୍ୟରେ ଦେବଯାନୀଙ୍କୁ ଦେଖି ତାଙ୍କୁ ଉଦ୍ଧାର କରିଥିଲେ।

ଦେବଯାନୀ ଏହି ଅପ୍ରୀତିକର ଘଟଣା ସମ୍ପର୍କରେ ପିତା ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ କହିଥିଲେ। ଦୈତ୍ୟଗୁରୁ ଏଥିରେ ବ୍ୟଥିତ ହୋଇ ବୃଷପର୍ବାଙ୍କଠାରୁ ଦୂରେଇ ଯିବାକୁ କଠୋର ନିଷ୍ପତ୍ତି ନେଇଥିଲେ କନ୍ୟାର ସୁରକ୍ଷା ଦୃଷ୍ଟିରୁ। ତାଙ୍କୁ ତ୍ୟାଗ କରି ଚାଲିଯିବା ନିମନ୍ତେ ସିଦ୍ଧାନ୍ତ ନେଇଥିଲେ। ଶୁକ୍ରାଚାର୍ଯ୍ୟଙ୍କ ଏଭଳି କଠୋର ନିଷ୍ପତ୍ତିରେ ବିଚଳିତ ହୋଇପଡ଼ିଥିଲେ ବୃଷପର୍ବା। ଅନେକ ଅନୁନୟ ବିନୟ କରିଥିଲେ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ। ଶେଷରେ ଦୈତ୍ୟଗୁରୁ ରାଜି ହୋଇଥିଲେ; ହେଲେ ସର୍ତ୍ତ ଥିଲା ଦେବଯାନୀଙ୍କୁ ପ୍ରସନ୍ନ କରାଇବା। ଦେବଯାନୀ ସର୍ତ୍ତ ରଖିଥିଲେ ଅତି କଠୋର। ସାମାନ୍ୟ ଶାଢ଼ି ବଦଳ ଘଟଣାରେ ଏଭଳି ଅବିମୃଶ୍ୟକାରୀ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନଥିଲେ ଦେବଯାନୀ। ଶର୍ମିଷ୍ଠାଙ୍କ ପିତାଙ୍କୁ ଜଣାଇ ଦେଇଥିଲେ ଯଦି ସେ ମୋର ଦାସୀ ହୋଇ ରହିବେ ମୁଁ ପ୍ରସନ୍ନ ହୋଇ କ୍ଷମା ଦେଇପାରିବି। ଏହାକୁ ଅଙ୍ଗୀକାର କରିଥିଲେ ବୃଷପର୍ବା। ଏବେ ଦେବଯାନୀ ବିବାହ କରିଥିଲେ ଯଯାତିଙ୍କୁ ଓ ତାଙ୍କ ସହ ଦାସୀ ଭାବରେ ନଅରକୁ ଯାଇଥିଲେ ଶର୍ମିଷ୍ଠା। ପରବର୍ତ୍ତୀ ସମୟରେ ଯଯାତି ଶର୍ମିଷ୍ଠାଙ୍କ ପ୍ରତି ଆସକ୍ତ ହୋଇ ​‌େଗାପନରେ ବିବାହ କରିଥିଲେ। ଶର୍ମିଷ୍ଠାଙ୍କ ଗର୍ଭରୁ ତିନିପୁଅ ଜନ୍ମ ହୋଇଥିଲେ। ବିଡ଼ମ୍ବନାର ବିଷୟ ଥିଲା- ଗୋପନ ବିବାହ ସମ୍ପର୍କରେ ଦେବଯାନୀ ଜାଣିପାରି ପିତା ଶୁକ୍ରାଚାର୍ଯ୍ୟଙ୍କୁ ଅବଗତ କରାଇଥିଲେ। କ୍ରୋଧିତ ହୋଇ ଯଯାତିଙ୍କୁ ଶାପ ଦେଇଥିଲେ ଦୈତ୍ୟଗୁରୁ ଯାହା ଯୋଗୁଁ ଯଯାତି ଅକାଳ ବାର୍ଦ୍ଧକ୍ୟପ୍ରାପ୍ତ ହୋଇଥିଲେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories