ଏନ୍‍ଡିଏ ସରକାରଙ୍କ ଅନେକ ନିଷ୍ପତ୍ତି ଦେଶର ବିକାଶକୁ ତ୍ୱରାନ୍ୱିତ କରିଛି : ମୋଦୀ

ଦ୍ବିତୀୟ ପାଳିର ଛଅମାସ ପୂରଣ କଲେ​​‌ ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନଡିଏର ଦ୍ବିତୀୟ ପାଳିର ସରକାର ୧୮୦ ଦିନ ବା ଛଅମାସ ପୂରଣ କରିଛି। ଗତ ୬ ମାସ ଭିତରେ ଏନ୍‍ଡିଏ ସରକାର ଏଭଳି ଅନେକ ନିଷ୍ପତ୍ତି ନେଇଛନ୍ତି ଯାହା ଦେଶର ବିକାଶକୁ ତ୍ୱରାନ୍ୱିତ କରିଛି ଓ ଲୋକମାନଙ୍କୁ ସାମାଜିକ ସ୍ତରରେ କ୍ଷମତାପନ୍ନ କରିଛି ଏବଂ ଭାରତର ଏକତା ବୃଦ୍ଧି କରିଛି । ଏକ ଟ୍ୱିଟ୍‍ ବାର୍ତ୍ତାରେ ଶ୍ରୀ
ମୋଦୀ କହିଛନ୍ତି, ସରକାର ଆଗାମୀ ଦିନଗୁଡ଼ିକରେ ଆହୁରି ଅଧିକ କାର୍ଯ୍ୟକରି ଦେଖାଇବାକୁ ଚାହାନ୍ତି ଯାହାଫଳରେ ଏକ ସମୃଦ୍ଧ ତଥା ଶକ୍ତିଶାଳୀ ନବଭାରତ ଗଠନ କରାଯାଇ ପାରିବ।

ସେ କହିଛନ୍ତି, ସବ୍‍ କା ସାଥ୍‍, ସବ୍‍ କା ବିକାଶ,ସବ୍‍ କା ବିଶ୍ୱାସର ମନ୍ତ୍ରରେ ଅନୁପ୍ରାଣିତ ହୋଇ ଓ ଦେଶର ୧୩୦ କୋଟି
ଜନତାଙ୍କ ବିଶ୍ୱାସଭାଜନ ହୋଇ ଏନ୍‍.ଡି.ଏ. ସରକାର ଭାରତକୁ ବିକାଶପଥରେ ଆଗେଇ ନେବାକୁ ସର୍ବଦା କାର୍ଯ୍ୟ କରୁଛନ୍ତି। ଏହା ଦେଶର ୧୩୦ କୋଟି ଲୋକଙ୍କୁ କ୍ଷମତାପନ୍ନ କରିବ ବୋଲି ସେ କହିଛନ୍ତି।

Comments are closed.