ନୂଆପଡା: ଆଜି ନୂଆପଡ଼ା ଜିଲ୍ଲା ସଦର ମହକୁମା ଖୁଣ୍ଟିଆ ଭବନରେ ଜାତୀୟ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାରେ ଦାଦନ ସମସ୍ୟା ଉତ୍କଟ ବୋଲି କହି ସରକାରଙ୍କୁ ଘେରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଜାତୀୟ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ଉପସ୍ଥିତ ରହି କହିଛନ୍ତି ଯେ ନୂଆପଡ଼ାରେ ଦାଦନ ରୋକିବାର ଏକ ବଡ ଆୟୁଦ୍ଧ ହେଉଛି ମନରେଗା। ୨୦୨୨-୨୩ ମସିହାରେ ମନରେଗା ବଜେଟ ଥିଲା ୧୭୫୦ କୋଟି କିନ୍ତୁ କେନ୍ଦ୍ରର ବିଜେପି ସରକାର ୨୦୨୫-୨୬ ବର୍ଷରେ ଏହି ମନରେଗା ବଜେଟକୁ କମାଇ ୧୨୦୦ କୋଟି କରିଛନ୍ତି। ଫଳରେ ନୂଆପଡ଼ା ଭଳି ଏକ କୃଷି ପ୍ରଧାନ ଜିଲ୍ଲାରେ କାମ ଅଭାବରେ ଲୋକ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି।
ଜିଲାରୁ ପ୍ରାୟ ୧୦ହଜାର ପରିବାର ବା ୫୦ହଜାର ଲୋକ ଦାଦନ ଯାଇଛନ୍ତି।
ସେହିପରି ମୁଖପାତ୍ର ଡ଼ ମନିଷା ଦାସ ପଟ୍ଟନାୟକ କହିଛନ୍ତି ଏଠାରେ ଲୋକେ ଜଳସେଚନ ଅଭାବରୁ ଚାଷ କର୍ୟ୍ୟପରେ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। ଗତ ନବୀନ ସରକାରରେ ୧୫୦ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଆରମ୍ଭ କରିବାର ଯୋଜନା କରିଥିଲେ କିନ୍ତୁ ଆଜି ସେହି ପ୍ରକଳ୍ପ ଗୁଡ଼ିକର ସ୍ଥିତ କଣ ସେଥିରୁ ପ୍ରାୟ ୮୦ଶତକଡା ପ୍ରକଳ୍ପ ଆରମ୍ଭ ହୋଇପାରିନାହିଁ। ଏଠି ଉଭୟ ବିଜେଡି ବିଜେପି ଲୋକଙ୍କୁ ଭୁଆଁ ବୁଲୁଛନ୍ତି। ତା’ଠାରୁ ସବୁଠୁ ବଡ ଦୁଃଖର କଥା ଲୋକେ ଦାଦନ ଯାଇ ଅକଥନୀୟ ଅତ୍ୟାଚାରର ଶିକାର ହେଉଛନ୍ତି । ହେଲେ କଣ୍ଟାବାଞ୍ଜି ର ବିଧାୟକ ଲକ୍ଷ୍ମଣ ବାଗ ଦାଦାନ ଯିବା ନେଇ ଏକ ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି । ଯାହାକୁ ଜାତୀୟ କଂଗ୍ରେସ କଡା ଭାଷା ରେ ନିନ୍ଦା କରିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ସୋନାଲି ସାହୁ ଡ ମନିଷା ଦାସ ପଟ୍ଟନାୟକ ଟିଟଲାଗଡର କଂଗ୍ରେସ ବିଧାୟକ ବୀରେନ୍ଦ୍ର ବାଗ ନୂଆପଡ଼ା ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।



