ସମ୍ବଲପୁର: ପାଖେଇ ଆସୁଛି ଗଣପର୍ବ ନୂଆଖାଇ। ଆଉ ମାତ୍ର ଦିନ କେଇଟାପରେ ସଜେଇ ହୋଇପଡିବ ସମଗ୍ର ପଶ୍ଚିମ ଓଡିଶା। ନୂଆ ଅନ୍ନ ସାଙ୍ଗକୁ ନୂଆ ବସ୍ତ୍ର ପିନ୍ଧି ଆନନ୍ଦ ଉଲ୍ଲାସର ସହ ପଶ୍ଚିମ ଓଡିଶାବାସୀ ପାଳନ କରିବେ ପ୍ରସିଦ୍ଧ କୃଷିଭିତ୍ତିକ ପର୍ବ ନୂଆଖାଇ। ନୂଆଖାଇ ପାଇଁ ପଶ୍ଚିମ ଓଡିଶାର ଆରାଧ୍ୟ୍ୟ ଦେବତା ମା ସମଲେଶ୍ୱରୀଙ୍କ ନବାନ୍ନ ଲାଗିପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି। ଶନିବାର ଝାଡୁଆପଦାର ବ୍ରହ୍ମପୁରା ମନ୍ଦିର ପଣ୍ଡିତ ମହାସଭାରେ ନୂଆଖାଇ ପାଇଁ ଲଗ୍ନ ସ୍ଥିର କରାଯାଇଛି।ସେପ୍ଟେମ୍ବର ୩ ତାରିଖ ସକାଳ ୧୦.୦୫ ରୁ ୧୦.୨୦ ମଧ୍ୟରେ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବା ନେଇ ସମୟ ସ୍ଥିର କରାଯାଇଛି।
Popular Categories



