www.samajalive.in
Tuesday, December 9, 2025
16.1 C
Bhubaneswar

ନୂଆଖାଇ ପାଇଁ ନିର୍ଦ୍ଧାରିତ ହେଲା ଲଗ୍ନ

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ନବାନ୍ନ ଲାଗି ଲଗ୍ନ ନିର୍ଦ୍ଧାରଣ ହୋଇଛି । ମା’ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଅନୁଯାୟୀ ତୁଳା ଲଗ୍ନରେ ନୂଆଁଖାଇ ଲଗ୍ନ ନିର୍ଦ୍ଧାରିତ ହୋଇଛି। ଅଗଷ୍ଟ ୨୩ ସକାଳ ୯ଟା ୩୫ ରୁ ୯ଟା ୫୦ ମଧ୍ୟରେ ନବାନ୍ନ ଲାଗି ହେବା ନେଇ ଲଗ୍ନ ନିର୍ଦ୍ଧାରଣ ହୋଇଥିବା ସୂଚନା ମିଳିଛି ।

- Advertisement -

ପଶ୍ଚିମ ଓଡିଶାର ସର୍ବ ବୃହତ ଗଣପର୍ବ ‘ନୂଆଁଖାଇ’ ଆସନ୍ତା ୨୩ ତାରିଖରେ ସର୍ବତ୍ର ପାଳନ ହେବ। ଏଣୁ ଚଳିତ ବର୍ଷ ‘ନୂଆଁଖାଇ’ ପାଳନ କରିବା ପାଇଁ ବୁଧବାର ଅପରାହ୍ନ ସାଢ଼େ ୪ଟାରେ ସମ୍ବଲପୁରର ଝାଡୁଆପଡା ସ୍ଥିତ ଆରଣ୍ୟକ କଲ୍ୟାଣ ମଣ୍ଡପ ଠାରେ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭାର ପଣ୍ଡିତ ଓ ବିଦ୍ୱାନ ମାନେ ପାରମ୍ପରିକ ରିତିନିତି ଅନୁଯାୟୀ ‘ନୁଆଁଖାଇ’ର ଶୁଭ ଲଗ୍ନ ନିର୍ଦ୍ଧାରଣ କରିଛନ୍ତି। ଚଳିତ ବର୍ଷ ପ୍ରଥମ ଉତ୍ପାଦିତ ଶସ୍ୟରୁ ନିର୍ମିତ ପିଠା ଓ ଖିରି ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କୁ ପୂର୍ବାହ୍ନ ୯ଟା ୩୫ ମିନିଟରୁ ୯ଟା ୫୦ ମିନିଟ ମଧ୍ୟରେ ଭୋଗ ଲାଗି ହେବ। ଏହା ପରେ ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ। ପ୍ରତି ବର୍ଷ ବ୍ରହ୍ମପୁରା ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ କରୋନା ସଙ୍କଟକୁ ଧ୍ୟାନରେ ରଖାଯାଇ କୋଭିଡ ନିୟମାନୁଯାୟୀ ଆରଣ୍ୟକ କଲ୍ୟାଣ ମଣ୍ଡପ ଠାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟୀ ତରଫରୁ ଆୟୋଜନ କରାଯାଇଥିଲା। ଏହି ଅବସରରେ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭାର ସଦସ୍ୟ ମାନଙ୍କ ସମେତ ମନ୍ଦିର କମିଟୀର ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ସଞ୍ଜୟ କୁମାର ମିଶ୍ର, ପ୍ରାଣରଞ୍ଜନ ପଣ୍ଡା, ଶୁଭେନ୍ଦ୍ର ପଣ୍ଡା, ଅଭିଷେକ ମିଶ୍ର, ସରୋଜ କୁମାର ସାହୁ, ମିଲୁ ପାଣିଗ୍ରାହୀ, ଶୁଭେନ୍ଦୁ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories